ETV Bharat / state

ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା, ଧାରଣାରେ ସିଂହାରପୁର ପଞ୍ଚାୟତବାସୀ - ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା

ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା ଅଭିଯୋଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂହାରପୁର ପଞ୍ଚାୟତବାସୀ । ଅଧିକ ପଢନ୍ତୁ

corruption in pds rice scheme
ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା
author img

By

Published : Jul 2, 2023, 10:57 AM IST

ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା

ଜଗତସିଂହପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂହାରପୁର ପଞ୍ଚାୟତରେ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ । ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ । ଏନେଇ ସିଂହାରପୁର ପଞ୍ଚାୟତବାସୀ ଅଭିଯୋଗ କରିବା ସହିତ ଜଗତସିଂହପୁର ବ୍ଲକ ସମୁଖରେ ଗାନ୍ଧୀଙ୍କ ଫଟୋ ରଖି ଧାରଣା ଦେଇଛନ୍ତି ।

ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ଜଗତସିଂହପୁର ସଦର ବ୍ଲକ ସିଂହାରପୁର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଛି । ପଞ୍ଚାୟତରେ ବହୁ ସରକାରୀ ଚାକିରିଆ ଓ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ମାନେ ରାସନ କାର୍ଡ ହାତେଇଥିବା ବେଳେ ବହୁ ଥିଲାଵାଲା ଲୋକେ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ପ୍ରତି ମାସରେ 35 କିଲୋ ଚାଉଳ ନେଉଛନ୍ତି । ସେହିପରି ମୃତ ଲୋକଙ୍କ ଚାଉଳ ମଧ୍ୟ ଏଠାରେ ଉଠା ଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀମାନେ ବିଡ଼ିଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ବିଡ଼ିଓ ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି, ‘‘ସିଂହାରପୁର ଗ୍ରାମର ରଘୁନାଥ ବେହେରାଙ୍କ ରାସନ କାର୍ଡକୁ ଉଦ୍ଦେଶ୍ୟ ମୂଳକ ଭାବେ କାଟି ଦିଆଯାଇଛି । ରଘୁନାଥ ପୂର୍ବରୁ ଏକ ଇନ୍ଦିରା ଆବାସ ଯୋଜନାରେ 2 ବଖରା ଘର କରିଥିବା ବେଳେ ତାଙ୍କର ଏକ ଗୁହାଳ ଘର ରହିଛି । ଏହାକୁ ଦେଖି ରଘୁନାଥଙ୍କ ରାସନ କାର୍ଡ କଟା ଯାଇଥିବା ବିଡ଼ିଓ ସଫେଇ ଦେଇଛନ୍ତି । ଗ୍ରାମବାସୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଏହି ପଞ୍ଚାୟତରେ ଜଣେ ମୃତ ମହିଳାଙ୍କ ନାମରେ ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଚାଉଳ ଉଠୁଥିବା ବେଳେ ଅନ୍ୟପକ୍ଷରେ ଦେବକୀ ବେହେରାଙ୍କ ରାସନ କାର୍ଡ କାଟି ଦିଆଯାଇଛି । ଏହି ଘଟଣାକୁ ନେଇ ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇଛି । ସିଂହାରପୁର ପଞ୍ଚାୟତରେ ଅନ୍ଧାରୀ ଶାସନ ବିରୋଧରେ ଧାରଣା ଦେଇଛନ୍ତି ।

ଏହା ବି ପଢନ୍ତୁ...ଦୁଇ ମାସ ହେଲା ମିଳିନି ପିଡିଏସ୍ ଚାଉଳ, ଚିନ୍ତାରେ ୧୮୦ରୁ ଊର୍ଦ୍ଧ୍ବ ପରିବାର

ଏହା ବି ପଢନ୍ତୁ...ବଲଙ୍ଗୀରରେ PDS ଚାଉଳ ଦୁର୍ନୀତି ଅଭିଯୋଗ; ସିଲ୍ ହେଲା ଗୋଦାମ

ଅନିୟମିତତା ନେଇ ଅଭିଯୋଗ ପରେ ବି ନିରାଶ ହେବାକୁ ପଡିଛି । ବାରମ୍ବାର ବିଡ଼ିଓ ସାଗର ନନ୍ଦଙ୍କୁ ଏ ସମ୍ପର୍କରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ବ୍ଲକ ସମୀକ୍ଷାରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ କାର୍ଡରେ ଚାଉଳ ଦିଆଯାଉ ନଚେତ ପୁଣି ଥରେ ସର୍ଭେ କରାଯାଉ ବୋଲି କହିଛନ୍ତି ଧରଣାରେ ବସିଥିବା ପଞ୍ଚାୟତବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.