ETV Bharat / state

ଚାଷୀଙ୍କ ସମସ୍ୟା ନେଇ ପ୍ରଶାସନକୁ ବର୍ଷିଲା ନବନିର୍ମାଣ କୃଷକ ସଂଗଠନ - Press meet

ବୁଧବାର ଦିନ ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ...

Press meet on behalf of the newly formed farmers' organization
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରେସ୍ ମିଟ୍
author img

By

Published : Sep 9, 2020, 10:46 PM IST

ଜଗତସିଂହପୁର: ବୁଧବାର ଦିନ ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ଅଭିଯୋଗ କରିଛି ଯେ, ଜିଲ୍ଲାର ୫୬ ହଜାର ହେକ୍ଟର ଗାଁ ଗଣ୍ଡା, ଗୋଚର, ଓ ଚାଷଜମିରେ ବର୍ଷାଜଳ ନିସ୍କାସନ କରାଯିବା ପାଇଁ ବ୍ୟବସ୍ଥା କରାଗଲା ନାହିଁ ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରେସ୍ ମିଟ୍

ଜିଲ୍ଲାରେ ମୃତ ଅବସ୍ଥାରେ ଥିବା, ହସଂଆ, ଅଳକା, ଓ ଗୋବରୀକୁ ପୁନରୁଦ୍ଧାର କରାଗଲେ ବର୍ଷାଜଳ ନିସ୍କାସନର ସୁବ୍ୟବସ୍ଥା ହୋଇପାରନ୍ତା । କିନ୍ତୁ ଜିଲ୍ଲା ଡ୍ରେନେଜ୍ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନଥିବା ଅଭିଯୋଗ କରିଛନ୍ତି ।

ଗତ ବନ୍ୟାରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଚାଷୀର ବର୍ଷକର ଆହାର ପାଣିରେ ଭାସିବା ସହ ଧାରକରଜ କରି ସର୍ବସାନ୍ତ ହୋଇଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କ୍ଷତିଗ୍ରସ୍ଥ ହୋଇଥିବା ଚାଷୀଙ୍କୁ ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି । ଏହାଯଦି ନ କରାଯାଏ ଆଗାମୀ ଦିନରେ ନବ ନିର୍ମାଣ କୃଷକ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.