ETV Bharat / state

ହାଥରସ ଗଣଦୁଷ୍କର୍ମ ଘଟଣା ବିରୋଧରେ ପ୍ରଗତିଶୀଳ ଜନମଞ୍ଚ ପକ୍ଷରୁ ବିକ୍ଷୋଭ

author img

By

Published : Oct 4, 2020, 7:46 AM IST

ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏନେଇ ଶନିବାର ପ୍ରଗତିଶୀଳ ଜନମଞ୍ଚ ପକ୍ଷରୁ ପ୍ରତିବାଦ କରାଯିବା ସହ ଜିଲ୍ଲା ପୌର ପରିଷଦ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଧିକ ପଢନ୍ତୁ...

pragatisila janamanch protest againest the Hathras gangrape
ହାଥରସ ଗଣଦୁଷ୍କର୍ମ ଘଟଣା ବିରୋଧରେ ପ୍ରଗତିଶୀଳ ଜନମଞ୍ଚ ପକ୍ଷରୁ ବିକ୍ଷୋଭ

ଜଗତସିଂହପୁର: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏନେଇ ଶନିବାର ପ୍ରଗତିଶୀଳ ଜନମଞ୍ଚ ପକ୍ଷରୁ ଏହି ଘଟଣାର ପ୍ରତିବାଦ କରାଯିବା ସହ ଜିଲ୍ଲା ପୌର ପରିଷଦ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ମଧ୍ୟ ହାଥରସ ପ୍ରଶାସନ ଉପରେ ବଡ ପ୍ରଶ୍ନ ଉଠିଛି । ପୀଡିତାଙ୍କୁ ରାତି ଅଧିଆ ପ୍ରାୟ ୨ଟା ୩୦ରେ ଅନ୍ତ୍ୟେଷ୍ଟି କରାଯାଇଥିଲା । ପରିଜନଙ୍କ ଅନୁରୋଧକୁ ମଧ୍ୟ କର୍ତ୍ତୃପକ୍ଷ ଶୁଣିନଥିଲା । ତେବେ ଏନେଇ ସମ୍ପୃକ୍ତ ଅପରାଧୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛି ସଂଗଠନ । ବିକ୍ଷୋଭକାରୀ ମନେ ମୃତ ପୀଡିତାଙ୍କ ଶ୍ମୃତିରେ ନିରବ ପାର୍ଥନା ମଧ୍ୟ କରିଥିଲେ ।

ଏହି ପ୍ରତିବାଦ ସଭାରେ ଆବାହିକା ପ୍ରାଚୀ ପଟ୍ଟନାୟକ, କୃଷ୍ଣ ପ୍ରିୟା ପତି, ବନ୍ଦନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.