ETV Bharat / state

ଦେଶର ସବୁ ବନ୍ଦରକୁ ପଛରେ ପକାଇ ପାରାଦ୍ବୀପ ବନ୍ଦର ହାତେଇଲା ସାଗର ଶ୍ରେଷ୍ଠ ସମ୍ମାନ - ପାରାଦ୍ୱୀପ ପୋର୍ଟ

ସାଗରଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହେଲା ପାରାଦ୍ୱୀପ ପୋର୍ଟ । ସର୍ବଭାରତୀୟ ମେଜର ପୋର୍ଟ ଭିତରେ ସର୍ବାଧିକ କାର୍ଗୋ ହ୍ୟାଣ୍ଡଲ୍ଂ କରିବାରେ ସୃଷ୍ଟି କଲା ରୋକର୍ଡ । ଅଧିକ ପଢ଼ନ୍ତୁ

ସାଗରଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହେଲା ପାରାଦ୍ୱୀପ ପୋର୍ଟ

author img

By

Published : May 14, 2023, 7:51 AM IST

ପୁଣି ରେକର୍ଡ ସୃଷ୍ଟି କଲା ପାରାଦ୍ବୀପ, ସାଗରଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ ହେଲା ପାରାଦ୍ୱୀପ ପୋର୍ଟ

ପାରାଦ୍ବୀପ: ପୁଣି ରେକର୍ଡ ସୃଷ୍ଟି କଲା ପାରାଦ୍ବୀପ । ଚଳିତ ବର୍ଷ ସାଗର ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇଛି ପାରାଦ୍ବୀପ ପୋର୍ଟ । ସର୍ବଭାରତୀୟ ମେଜର ପୋର୍ଟ ଭିତରେ ସର୍ବାଧିକ କାର୍ଗୋ ହ୍ୟାଣ୍ଡଲିଂ କରିବାରେ ବନ୍ଦର ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ 92 ମିଲିୟନ ମେଟ୍ରିକ ଟନ୍ ଅଧିକ କାର୍ଗୋ ହ୍ୟାଣ୍ଡଲିଙ୍ଗ କରିବାରେ ପାରାଦ୍ବୀପ ବନ୍ଦର ଦେଶରେ ରେକର୍ଡ ସୃଷ୍ଟି କରିଛି । ପାରାଦ୍ବୀପ ବନ୍ଦର ପ୍ରାଧିକରଣ (ପିପିଏ)କୁ କେନ୍ଦ୍ର ବନ୍ଦର ଜାହାଜ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ ସମ୍ମାନ ଆଓ୍ବାର୍ଡ ୩ଟି କ୍ଷେତ୍ରରେ ମିଳିଛି । ଏନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନ୍ଦ ଶନିବାର ପ୍ରଶାସନିକ ଭବନର ବୋର୍ଡ ରୁମରେ ସବିଶେଷ ସୂଚନା ଦେଇଛନ୍ତି ।

ଅଧ୍ୟକ୍ଷ ପିଏଲ ହାରାନ୍ଦ କହିଛନ୍ତି, ‘‘ଦେଶର ସମସ୍ତ ବୃହତ ବନ୍ଦର ଓ ଘରୋଇ ବନ୍ଦର ମଧ୍ୟରେ ପାରାଦ୍ବୀପ ସର୍ବାଧିକ ସଫଳତା ହାସଲ କରିଛି । ଓଭରାଲ ପରଫାରନ୍ସରେ ପାରାଦ୍ବୀପ ନମ୍ବର ଓ୍ବାନ । ଏହା ପାରାଦ୍ବୀପ, ଓଡ଼ିଶା ଓ ଭାରତ ପାଇଁ ଐତିହାସିକ ରେକର୍ଡ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ କୃତଜ୍ଞତା ଜଣାଛନ୍ତି । ଗତ ୧୦ ତାରିଖରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସାଗରଶ୍ରେଷ୍ଠ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପିପିଏ ୩ଟି ଆଓ୍ବାର୍ଡ ପାଇ ହ୍ୟାଟ୍ରିକ୍‌ କରିଛି । ମନ୍ତ୍ରୀ ସୋନଓ୍ବାଲଙ୍କ ଠାରୁ ଅଧ୍ୟକ୍ଷ ହାରାନ୍ଦ ଆଓ୍ବାର୍ଡ ଟ୍ରଫି ଗ୍ରହଣ କରିଥିଲେ । ଏହି ସଫଳତାରେ କର୍ତ୍ତୃପକ୍ଷ, ସମସ୍ତ ବନ୍ଦର ଶ୍ରମିକ , କର୍ମଚାରୀ, ବରିଷ୍ଠ ଅଧିକାରୀ, ଷ୍ଟିଭଡୋର, ଆମଦାନୀ ରପ୍ତାନୀ ଏଜେନ୍ସିକୁ ଧନ୍ୟବାଦ ଦେଇଛନ୍ତି । ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଆଜି ପାରାଦ୍ବୀପ ବନ୍ଦର ଏଭଳି ସମ୍ମାନର ହକଦାର ହୋଇପାରିଛି ।’’

ସେ ଆହୁରି ମଧ୍ୟ କହିଛନ୍ତି, ପାରାଦ୍ୱୀପ ବନ୍ଦର ଦିନକୁ ଦିନ ସଫଳତାର ପାହାଁଚ ଚଢି ଚାଲିଛି । ବନ୍ଦର ପ୍ରତିଷ୍ଠା ଦିନ ଠାରୁ କେବେ କେବେ ପଛକୁ ଫେରି ଚାହିଁନି, ଭାରତରେ ଥିବା ସମସ୍ତ ମେଜର ବନ୍ଦର ମଧ୍ୟରୁ ପାରାଦ୍ୱୀପ ବନ୍ଦର ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତ୍ୟେକ ବର୍ଷ ପଣ୍ୟ କାରବାରରେ ଏହି ବନ୍ଦର ରେକର୍ଡ ସୃଷ୍ଟି କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 92 ମିଲିୟନ ମେଟ୍ରିକ ଟନ କାରଗୋ ହ୍ୟାଣ୍ଡେଲି ଓ ପଣ୍ୟ କାରବାର କରିଛି । ଆଗକୁ ଆହୁରି ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ଏହି ବନ୍ଦର ଆଗକୁ ଯିବାର ଅଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ନିଳଭ୍ର ଦାସଗୁପ୍ତା ଓ ଅନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.