ETV Bharat / state

ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ; ଦୋଷ ଲଦାଲଦି ଭିତରେ ଜବାବ ରଖିଲେ ପ୍ରଶାନ୍ତ ମୁଦୁଲି

author img

By

Published : Jul 19, 2023, 6:43 PM IST

ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାକୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଦାୟିତ୍ବ ମିଳିଛି । ଏନେଇ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଓ ପୂର୍ବତନ ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ
ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ
ବିଜେଡି ଉପସଭାପତି ଗ୍ୟାଙ୍ଗଷ୍ଟର ସହଯୋଗୀ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀକୁ ବିଜେଡି ଜିଲ୍ଲା ଉପସଭାପତି ଦାୟିତ୍ବ । ଜଗତସିଂହପୁର ଜିଲ୍ଲା ଉପସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାକୁ ଦାୟିତ୍ବ ମିଳିଛି । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ଆରମ୍ଭ ହୋଇଛି ବଡ଼ ବିବାଦ । ବିଧାୟକ ସମ୍ବିତ ରାଉତରାୟଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ଓ ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ରବି ନାରାୟଣ ଜେନା ।

୨୦୧୮ ମସିହାରେ ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କରେ ବାପୁ ପରିଡ଼ାଙ୍କୁ ଗିରଫ କରିଥିଲା ଓଡିଶା ପୋଲିସର ଏସ୍‌ଟିଏଫ୍‌ । ହତ୍ୟା, ଦାଦାବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି ୨୮ଟି ଅପରାଧିକ ମାମଲା ବାପୁ ନାଁ'ରେ ରହିଛି । ଜଣେ ପେଶାଦାର ଗ୍ୟାଙ୍ଗଷ୍ଟାର୍‌କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ପଦ ମିଳିବା ପରେ ବଢ଼ିଛି ବିବାଦ । ରାଜ୍ୟ ତଥା ଜଗତସିଂହପୁର ଜିଲ୍ଲା ରାଜନୀତି ସରଗରମ ହୋଇଛି । ବାପୁଙ୍କୁ ନେଇ ଜଗତସିଂହପୁରର ବିଜେଡି ସଂଗଠନ ଦୁଇ ଫାଳ ହୋଇଛି ।

'ଗ୍ୟାଙ୍ଗଷ୍ଟାର ସହଯୋଗୀ ନାଁ ଦେଖି ମୁଁ ଆଶ୍ଚର୍ଯ୍ୟ': ଏହି ଘଟଣା ପରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି, "ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ଦେବା ପାଇଁ ଦଳ ପକ୍ଷରୁ ଆମକୁ କୁହାଯାଇଥିଲା । ନିର୍ବାଚନମଣ୍ଡଳୀରୁ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ଲିଷ୍ଟ ମୁଁ ବି ଦେଇଥିଲି । କିନ୍ତୁ ମୋ ଲିଷ୍ଟରେ ବାପୁ ପରିଡ଼ା ନାଁ ନଥିଲା । ତା ନାଁ ଲିଷ୍ଟରେ ଆସିବା ପରେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।" ଅପରାଧିକ ମାମଲା ଥିବା ବାପୁକୁ ମୋ ବିନା ପରାମର୍ଶରେ ଦଳୀୟ ସଂଗଠନରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି ।

ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ: ସମ୍ବିତ ଆହୁରି ମଧ୍ୟ କହିଛନ୍ତି, "ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଜାଣିଛନ୍ତି । ସେ ବାପୁ ପରିଡ଼ା ନାଁକୁ ଦେଇଛନ୍ତି । ବାପୁ ନାଁ'ରେ କେସ୍‌ ଅଛି । ବାପୁ ଦଳର ସଦସ୍ୟ ଥିଲେ । ତାଙ୍କୁ ପଦ ପଦବୀ ଦେବା ପାଇଁ ମୁଁ ସୁପାରିଶ କରିନାହିଁ । ଦଳରେ ପଦ ପଦବୀ ଅଥବା ଉପସଭାପତି ପଦକୁ ଦେଖିଚାହିଁ ଦେବାର ଥିଲା । ପ୍ରଶାନ୍ତ ମୁଦୁଲି ନାଁ ଦେଇଛନ୍ତି, ତେଣୁ ତାଙ୍କୁ ପଚାରନ୍ତୁ । ମୋତେ ନାଁ ଗୁଡା ଅସ୍ବାଭାବିକ ଲାଗିବା ପରେ ମୁଁ ଏନେଇ ପ୍ରଶାନ୍ତ ମୁଦୁଲିଙ୍କୁ ପଚାରିଥିଲି । ସେ ମୋତେ କହିଲେ ମୁଁ ଦେଇଛି । ସେ କାହା ଚାପରେ ଦେଇଥିବେ ମୁଁ ଜାଣିନି । ବିଜୁ ପରିବାରର ନୀତି ଅନୁଯାୟୀ ସ୍ବଚ୍ଛ ନିର୍ମଳ ବ୍ୟକ୍ତିଙ୍କୁ ପଦପଦବୀ ପାଇଁ ବାଛିବା ଦରକାର । ଦଳର ହାଇକମାଣ୍ଡ ଯାହା ଆଗକୁ ବିଚାର କରିବେ । ମୁଁ କିଛି କହିବା ଦରକାର ନାହିଁ ।"

'କିଏ କଣ ପଦବୀ ପାଇବ, ତାହା ଦଳୀୟ ନିଷ୍ପତ୍ତି': ସମ୍ବିତ ରାଉତରାୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରଶାନ୍ତ ମୁଦୁଲି । ପ୍ରଶାନ୍ତ କହିଛନ୍ତି, "ଜିଲ୍ଲା ସଭାପତି ମୁଁ ନାହିଁ । ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ । ମୁଁ ସେ ବିଷୟରେ କିଛି କହିବିନି ।" ଯିଏ ମୋ ନାଁ ନେଇଛି, ତାକୁ ପଚାର ସେ କାହିଁକି ମୋ ନାଁ ନେଉଛି ବୋଲି ସେ କହିଛନ୍ତି ।

'ତ୍ରୁଟି ବିଚ୍ୟୁତି ହୋଇଥିଲେ ହାଇକମାଣ୍ଡ ନେବେ କାର୍ଯ୍ୟାନୁଷ୍ଠାନ': ସେହିପରି ବାଦବିବାଦ ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ରବି ନାରାୟଣ ଜେନା । ସେ କହିଛନ୍ତି, "ସଭାପତି ଉପସଭାପତି ଚୟନ ପୂର୍ବରୁ ଜିଲ୍ଲା କମିଟି ଗଠନ କରାଯାଇଛି । ପୁରୁଣା ସଭାପତିଙ୍କ ସମୟରେ ହୋଇଛି । ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ନାଁ କେବଳ ମୋ ଦସ୍ତଖତରେ ଯାଇଥିଲା । ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଓ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ଏହି କମିଟିରେ ଥିଲେ । ପରବର୍ତ୍ତୀ ସମୟରେ ଉପସଭାପତି ଓ କର୍ମକର୍ତ୍ତା ଚୟନ ପାଇଁ ସମସ୍ତ ବିଧାୟକମାନଙ୍କୁ ଲିଷ୍ଟ ମଗାଯାଇଥିଲା । ବିଧାୟକମାନଙ୍କ ପରାମର୍ଶ କ୍ରମେ ଉପସଭାପତି ଓ କର୍ମକର୍ତ୍ତା ଚୟନ କରାଯାଇଛି । ଯାହା ଅଭିଯୋଗ ହେଉଛି ତାହାର ସତ୍ୟତା ରହିଛି । ଯେଉଁଠାରେ ଏହି କମିଟି ଅନୁମୋଦିତ ହୋଇଛି ସେଠାରେ ଆମେ ଅବଗତ କରାଇବୁ । ଏଥିରେ କିଛି ତ୍ରୁଟି ବିଚ୍ୟୁତି ଦେଖା ଦେଇଥିଲେ ଦଳର ହାଇକମାଣ୍ଡ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ । କିଏ କାହାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ତାହା ମୁଁ କହିପାରିବିନି । ଯଦି ଭୁଲ ବି ହୋଇଥାଏ, ଏହାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି । ତାଲିକାରେ ନାଁ ପରିବର୍ତ୍ତନ ଆବଶ୍ୟକତା ରହିଛି । ଦଳୀୟ ରାଜ୍ୟସ୍ତରୀୟ ନେତାଙ୍କ ସହିତ ଆଲୋଚନା କରି ନିର୍ଯ୍ୟାସ ବାହାର କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଗ୍ୟାଙ୍ଗଷ୍ଟର ସହଯୋଗୀଙ୍କୁ ବିଜେଡି ଉପସଭାପତି ପଦ; ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ

ଘଟଣା ସମ୍ନାକୁ ଆସିବା ପରେ ଅପରାଧୀ ବାପୁଙ୍କ ସହିତ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ସମ୍ବିତଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତଙ୍କ ସହିତ ବାପୁଙ୍କର ମଧ୍ୟ ନିବଡ଼ ସମ୍ପର୍କ ଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.