ETV Bharat / state

ଲୁହା ପଥର ଟ୍ରକ ଉପରେ କାର୍ଯ୍ୟାନୁଷ୍ଠାନ, 3 ଦିନରେ 3 ଲକ୍ଷ ଜୋରିମାନା ଆଦାୟ

ଜଗତସିଂହପୁର ପାରାଦୀପକୁ ଲୁହା ପଥର ପରିବହନ କରୁଥିବା ଟ୍ରକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଧିକ ପଢନ୍ତୁ...

3ଦିନରେ 3 ଲକ୍ଷ ଜୋରିମାନା ଆଦାୟ
3ଦିନରେ 3 ଲକ୍ଷ ଜୋରିମାନା ଆଦାୟ
author img

By

Published : Mar 28, 2021, 8:57 AM IST

ଜଗତସିଂହପୁର: ଲୁହା ପଥର ପରିବହନ କରୁଥିବା ଟ୍ରକ ଉପରେ କାର୍ଯ୍ୟାନୁଷ୍ଠାନ । ଜଗତସିଂହପୁର ପାରାଦୀପକୁ ଲୁହା ପଥର ପରିବହନ କରୁଥିବା ଟ୍ରକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଆଜିସୁଦ୍ଧା 60 ଟି ଟ୍ରକରୁ ପ୍ରାୟ 3 ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରିଛି ପାରାଦୀପ ପୋଲିସ।

3ଦିନରେ 3 ଲକ୍ଷ ଜୋରିମାନା ଆଦାୟ

ଚଣ୍ଡିଖୋଲରୁ ପାରାଦୀପକୁ ଲୁହା ପଥର ନେଇ ଆସୁଥିବା ଟ୍ରକ ଗୁଡିକ ଅତି ଦ୍ରୁତ ଗତିରେ ଆସୁଥିବାବେଳେ ଅଧିକ ଟ୍ରିପ ଆଶାରେ ଆଗ ଗାଡିକୁ ଓଭର ଟେକ କରି ଆସୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାସହ ଦୁର୍ଘଟଣା ବଢୁଛି। ପାରାଦୀପ ବନ୍ଦର ମଧ୍ୟକୁ ଲୁହା ପଥର ଆଣି ଆସୁଥିବା ଟ୍ରକ ଗୁଡିକ ଶୀଘ୍ର ପହଞ୍ଚିବା ପାଇଁ ପ୍ରତିଯୋଗିତା କରୁଥିବାରୁ ଲୋକଙ୍କ ପାଇଁ ଏହା କାଳ ସାଜିଛି।

ଏହାକୁ ନେଇ ପାରାଦୀପ ପୋଲିସ ଆଜି ସୁଦ୍ଧା 60 ଟି ଟ୍ରକ ଜବତ କରି ପ୍ରତ୍ୟେକ ଟ୍ରକ ପିଛା 3 ହଜାର ଟଙ୍କା ଜୋରିମାନା ଆଦାୟ କରିଛି। ଏବେ ନିୟମିତ ଓଭର ଟେକ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଟ୍ରକ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ଥାନା ପକ୍ଷରୁ କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.