ETV Bharat / state

ଜଗତସିଂହପୁର ସହର ଧୂଆଁମୟ, ଲୋକେ ହନ୍ତସନ୍ତ

author img

By

Published : Dec 5, 2020, 7:46 AM IST

ସ୍ଥାନୀୟ କଲେଜ ଛକ, ଶ୍ମଶାନରେ ପୌରପ୍ରଶାସନ ପକ୍ଷରୁ ସହରର ସମସ୍ତ ବର୍ଜ୍ୟବସ୍ତୁକୁ ଅଣାଯାଇ ସେଠାରେ ଅଗ୍ନି ସଂଯୋଗ କରାଯାଉ ଥିବାରୁ ସେଠାରୁ ନିଗ୍ରତ ଧୂଆଁ ସହର ସାରା ବ୍ୟାପି ଯାଉଛି । ଫଳରେ ସ୍ଥାନୀୟ ଲୋକେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଜଗତସିଂହପୁର ସହର ଧୂଆଁମୟ, ଲୋକେ ହନ୍ତସନ୍ତ
ଜଗତସିଂହପୁର ସହର ଧୂଆଁମୟ, ଲୋକେ ହନ୍ତସନ୍ତ

ଜଗତସିଂହପୁର: ସହର ଏବେ ଧୂଆଁମୟ ହୋଇପଡିଛି । ଯାହାକୁ ନେଇ ସମସ୍ୟାରେ ପଡିଛନ୍ତି ସହରବାସୀ । ସ୍ଥାନୀୟ କଲେଜ ଛକ, ଶ୍ମଶାନରେ ପୌରପ୍ରଶାସନ ପକ୍ଷରୁ ସହରର ସମସ୍ତ ବର୍ଜ୍ୟବସ୍ତୁକୁ ଅଣାଯାଇ ସେଠାରେ ଅଗ୍ନି ସଂଯୋଗ କରାଯାଉ ଥିବାରୁ ସେଠାରୁ ନିଗ୍ରତ ଧୂଆଁ ସହର ସାରା ବ୍ୟାପି ଯାଉଛି । ଫଳରେ ସ୍ଥାନୀୟ ଲୋକେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଯାଉଛି । ଏପରିକି ଶ୍ବାସ ରୋଗୀଙ୍କ ଅବସ୍ଥା ବେହାଲ ହୋଇ ପଡୁଛି ।

ଜଗତସିଂହପୁର ସହର ଧୂଆଁମୟ, ଲୋକେ ହନ୍ତସନ୍ତ

ଶୀତଦିନ ହୋଇ ଥିବାରୁ ନିଗ୍ରତ ଧୂଆଁ ଉପରକୁ ନଯାଇ ସହରରେ ଘୁରି ବୁଲୁଛି । କଲେଜ ଛକ, ଦଶ ନମ୍ବର, କୋର୍ଟ ଛକ, ଲାଲା ସାହି ଅଂଚଳ ଧୂମ୍ରମୟ ହୋଇ ଉଠୁଛି । ଫଳରେ ଲୋକେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ପୌରପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋରୋନାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତି ଓ ତାଙ୍କ ଆସବାବପତ୍ରକୁ ମଧ୍ୟ ସେହିଠାରେ ହିଁ ଦାହ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥାନୀୟ ଲୋକେ ଏହାର ବିରୋଧ କଲେ ପ୍ରଶାସନ ପୋଲିସ ଲଗାଇ ଦାହ ସଂସ୍କାର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ଜନବସତି ଠାରୁ ଦୂରରେ କୋଭିଡ ଆକ୍ରନ୍ତଙ୍କ ଦାହ ସଂସ୍କାର କରିବା ସହ ବର୍ଜ୍ୟବସ୍ତୁକୁ ସେଠାରେ ନିଆଁନ ଲଗାଇବାକୁ ଦାବି ହେଉଛି । ସହର ସାରା ଧୂଆଁ ଓ ବାୟୁ ପ୍ରଦୂଷଣ ସମ୍ପର୍କରେ ଆମେ ଜଗତସିଂହପୁର ପୌର କାର୍ଯ୍ୟନିର୍ବାହୀ ବିମଲ କୁମାର ଲେଙ୍କାଙ୍କୁ ପଚରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଶନିବାର ସୁଦ୍ଧା ପୌର ପ୍ରଶାସନ ପକ୍ଷରୁ ଲଗା ଯାଇଥିବା ନିଆଁକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.