ETV Bharat / state

ପାରାଦ୍ବୀପ ବନ୍ଦରରେ ପାଳନ ହେଉନି ନେହେରୁ ଜୟନ୍ତୀ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ - ଶିଶୁ ଦିବସ

ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ବନ୍ଦରରେ ପାଳନ ହେଉନି ଏହାର ପ୍ରତିଷ୍ଠାତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ । ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ । ଅଧିକ ପଢନ୍ତୁ...

ପାରାଦ୍ବୀପ ବନ୍ଦରରେ ପାଳନ ହେଉନି ନେହେରୁ ଜୟନ୍ତୀ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

author img

By

Published : Nov 14, 2021, 3:56 PM IST

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାରେ ଥିବା ପାରାଦ୍ବୀପ ବନ୍ଦରକୁ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । କିନ୍ତୁ ବନ୍ଦର ପକ୍ଷରୁ ବନ୍ଦର ପ୍ରତିଷ୍ଠାତାଙ୍କ ଜୟନ୍ତୀ ପାଳନ କରାଯାଉନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ନେହେରୁଙ୍କ ଜୟନ୍ତୀକୁ ବନ୍ଦର ପକ୍ଷରୁ ବିଧିବଦ୍ଧ ଭାବେ ପ୍ରତିବର୍ଷ ପାଳନ କରିବା ପାଇଁ ଦାବି ହୋଇଛି ।

ପାରାଦ୍ବୀପ ବନ୍ଦରରେ ପାଳନ ହେଉନି ନେହେରୁ ଜୟନ୍ତୀ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ସେପଟେ ପାରାଦ୍ବୀପ କଳିଙ୍ଗ ମହିଳା ଶକ୍ତି ସଂଗଠନ ପକ୍ଷରୁ କୁମ୍ଭୀର ପାର୍କରେ ଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହାସହିତ ଶିଶୁ ଦିବସ ପାଳିତ ହୋଇଛି । ଆଜି ପାରାଦ୍ବୀପର କେତେକ ବୁଦ୍ଧିଜୀବୀ ଓ କଳିଙ୍ଗ ମହିଳା ଶକ୍ତିର କର୍ମକର୍ତ୍ତାମାନେ ମିଳିତ ଭାବେ ପଣ୍ଡିତ ନେହୁରୁଙ୍କ 132 ତମ ଜନ୍ମଦିବସ ପାଳନ କରିଥିଲେ । ଏହାସହ 100 ଜଣ ଛୋଟ ଛୋଟ ଶିଶୁଙ୍କ ସହିତ ଶିଶୁ ଦିବସ ପାଳନ ମଧ୍ୟ କରାଯାଇଛି।

କାର୍ଯ୍ୟକ୍ରମ ଶେଷରେ ଛୋଟ ପିଲାଙ୍କୁ ପାଠ୍ୟପୁସ୍ତକ, ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଛୋଟ ପିଲାମାନେ ନେହେରୁଙ୍କ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପାରାଦ୍ବୀପ ବନ୍ଦର ପ୍ରତିଷ୍ଠିତାଙ୍କ ଜୟନ୍ତୀ ବନ୍ଦର କର୍ତ୍ତୃପକ୍ଷ ପାଳନ କରୁନଥିବାରୁ ପାରାଦ୍ବୀପରେ ଉଦବେଗ ପ୍ରକାଶ ପାଇଛି ।

ତେବେ ସୂଚନା ଥାଉ କି 1962 ମସିହାରେ ଭାରତ ବର୍ଷର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ବାରା ପାରାଦ୍ବୀପ ବନ୍ଦରର ଶିଳାନ୍ୟାସ କରାଯାଇଥିଲା । ସେହି ଦିନଠାରୁ ଏଠାରେ ପଣ୍ଡିତ ନେହୁରୁଙ୍କ ପ୍ରତିମୂର୍ତ୍ତି ଥିଲେ ମଧ୍ୟ ବନ୍ଦର ପକ୍ଷରୁ ଏହା ପାଳନ କରାଯାଉନଥିଲା । ଆଜି ପର୍ଯ୍ୟନ୍ତ ପାରାଦ୍ବୀପ ବନ୍ଦର ପକ୍ଷରୁ ବିଧିବଦ୍ଧ ଭାବରେ ନେହେରୁଙ୍କ ଜୟନ୍ତୀକୁ ପାଳନ କରାଯାଉ ନ ଥିବା ନେଇ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତୁ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.