ETV Bharat / state

ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି ହଂସୁଆ ନଦୀ, ସମସ୍ୟାର ସମାଧାନ ପାଇଁ ଦାବି - ହଂସୁଆ ନଦୀର ସଫେଇକରଣ

Hansua River Cleaning Demand: ହଂସୁଆ ନଦୀର ସଫେଇକରଣ, ଶର୍ଯ୍ୟାଖନନ, ବନ୍ଧ ସୁଦୃଢିକରଣ ଭଳି 5 ଦଫା ଦାବି । ଅର୍ଥ ମଞ୍ଜୁର ହେଲେ ଖୁବଶୀଘ୍ର ହଂସୁଆ ନଦୀର ପୁନରୁଦ୍ଧାର କରାଯିବ ବୋଲି କହିଲେ ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ । ଅଧିକା ପଢନ୍ତୁ

hansua river cleanness
hansua river cleanness
author img

By ETV Bharat Odisha Team

Published : Dec 13, 2023, 10:15 AM IST

ଜଗତସିଂହପୁର: ଜିଲ୍ଲାର ବିରିଡି,ରଘୁନାଥ ପୁର ଓ ତିର୍ତ୍ତୋଲ ବ୍ଲକର ଦୁଃଖ ପାଲଟିଛି ହଂସୁଆ ନଦୀ। ଏନେଇ ବ୍ୟାପକ ସମସ୍ୟା ଭୋଗୁଛନ୍ତି ହଜାର ହଜାର ଚାଷୀ । ଏହି ତିନୋଟି ବ୍ଲକ ର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହିତ ପରିବା ଚାଷ ଠାରୁ ଆରମ୍ଭ କରି ରବି ଫସଲ ନଷ୍ଟ ହେଉଛି। ତେବେ ଏନେଇ ତିର୍ତ୍ତୋଲ କଂଗ୍ରେସ ଗତ ଶୁକ୍ରବାର ଧାରଣା ଦେଇଥିବା ବେଳେ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ସେ କହିଛନ୍ତି ଯେ, "ପ୍ରତି ପାଞ୍ଚ ବର୍ଷରେ ଥରେ ନଦୀଶଯ୍ୟା ଖନନ ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥାଏ। ହେଲେ ହଂସୁଆ ନଦୀ ଖନନ ର 5ବର୍ଷ ବିତିଗଲାଣି । ଜାନୁଆରୀ ଶେଷ ସୁଦ୍ଧା ଅର୍ଥ ମଞ୍ଜୁର ହେଲେ ଖୁବଶୀଘ୍ର ହଂସୁଆ ନଦୀର ପୁନରୁଦ୍ଧାର କରାଯିବ। ଫଳରେ ସାମାନ୍ୟ ବର୍ଷାରେ ହେଇଥିବା ୱାଟର ବ୍ଲକେଜର ସମସ୍ୟା ରହିବ ନାହିଁ। ଅନ୍ୟପକ୍ଷରେ ଡ୍ରେନେଜ ବିଭାଗ ପକ୍ଷରୁ ଶାଖା କେନାଲ ଗୁଡିକ ନଦୀ ସହିତ ସଂଯୋଗ କରାଯାଇ ଜଳ ନିଷ୍କାସନ କରାଯିବ। ଫଳରେ ପାଣି ଜମି ଯେଉଁ ଫସଲ ନଷ୍ଟ ହେଉଛି ତାହାର ସ୍ଥାୟୀ ପ୍ରତିକାର ହୋଇ ପାରିବ ।"

ଏହା ମଧ୍ୟ ପଢନ୍ତୁ- ଜଳସମ୍ପଦ କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା, ହଂସୁଆ ନଦୀ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ଦାବି

ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ ବିରିଡି ବ୍ଲକ ଦେଇ ପ୍ରବାହିତ ହେଉଥିବା ହଂସୁଆ ନଦୀ ଏବେ ଏହି ଅଞ୍ଚଳର ଲୋକଙ୍କ ଦୁଃଖର କାରଣ ପାଲଟିଛି । ବର୍ଷାଦିନେ ଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ, ରଘୁନାଥପୁର ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଏହି ନଦୀରେ ବର୍ଷା ସମୟରେ ୱାଟର ବ୍ଲକେଜ ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥାଏ । ଆଉ ମଧ୍ୟ ହଂସୁଆ ନଦୀକୁ ଠିକ ସମୟରେ ସଫା କରାଯାଉନାହିଁ । ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ନଦୀବନ୍ଧ ସୁରକ୍ଷା ପାଇଁ କୋଟିକୋଟି ଟଙ୍କାର ଅଟକଳ କେବଳ କାଗଜ କଲମରେ କରାଯାଉଥିବା ବେଳେ ବାସ୍ତବରେ ତାହା ହେଉନାହିଁ । ଫଳରେ ପାଣି ମାଡି ଚାଷଜମି ଜଳମଗ୍ନ ହେଉଛି । ଯାହା ଫଳରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.