ଜଗତସିଂହପୁର: ଜଗତସିଂହପୁର ଓ ପାରାଦ୍ବୀପରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ କର୍ମଚାରୀ ଫେଡେରେସନ ମିଳିତ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହିତ ଦୋକାନ ବଜାର ବନ୍ଦ କରିଛନ୍ତି।
ଜଗତସିଂହପୁର ଓ ପାରାଦ୍ବୀପ ଟାଉନରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ଦର ପ୍ରଭାବରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ବସସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦକୁ ସମର୍ଥନ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜଗତସିଂହପୁର ଟାଉନ ହଲ ପାଖରେ ରାସ୍ତାରୋକ କରାଯାଇଛି। କଂଗ୍ରେସ ନେତା ବିପ୍ଳବ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ବିଭିନ୍ନ ସରକାରୀ ଅଫିସ ବନ୍ଦ କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ମୋଟମୋଟି ଭାବେ ଜିଲ୍ଲାର ଉଭୟ ଟାଉନରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଥିବା ସୂଚନା ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ