ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ଦୁର୍ଗା ପୂଜା ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ । ଏଥିରେ ଜଗତସିଂହପୁର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୂଜା ପାଳନ କରିବାକୁ କହିଥିଲେ । ଜିଲ୍ଲାର ସମସ୍ତ ପୂଜା କମିଟି ଉପଜିଲ୍ଲାପାଳଙ୍କ ଅନୁମତି ନେଇ ପୂଜା କରିପାରିବେ । ସର୍ଵ ସାଧାରଣଙ୍କ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ପୁରୋହିତ କର୍ତ୍ତା ଓ ଆୟୋଜକଙ୍କୁ ମିଶାଇ 7 ଜଣ ପୂଜାରେ ରହିପାରିବେ । ସେହିପରି ଡ଼ାକବାଜି ଯନ୍ତ୍ର, ମେଲୋଡି କିମ୍ବା ମନରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ନିଷିଦ୍ଧ କରାଯାଇଛି ।
ଆସନ୍ତା ଅକ୍ଟୋବର 27 ତାରିଖ ମଙ୍ଗଳବାର ଦିନ 12 ଟା ଠାରୁ ଅପରାହ୍ନ 4 ଟା ମଧ୍ୟରେ ମୂର୍ତ୍ତି ବିସର୍ଜନ କରାଯିବ । ଏଥିରେ ଉଲଙ୍ଘନ ହେଲେ ମହାମାରୀ ଅଧିନିୟମ 1897 ଓ ଆଇ ପି ସି ଧାରା 188 ଅନୁଯାୟୀ ଦଣ୍ଡିତ କରାଯିବ । ତେବେ ଏହି ବୈଠକରେ ଏସପି ପ୍ରକାଶ ରଙ୍ଗରାଜ, ପୌର ନିର୍ବାହୀ ବିମଳ କୁମାର ଲେଙ୍କା, ଜଗତସିଂହପୁର ତହସିଲଦାର ମାନସ ଭୋଇ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ