ପାରାଦ୍ବୀପ: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ(WODC)ର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି । ପାରାଦ୍ବୀପ ଯାଇ ସିଜୁଠାରେ ଇଡକୋ ଲ୍ୟାଣ୍ଡ ଏବଂ ପ୍ଲାଷ୍ଟିକ ପାର୍କ ପରିଦର୍ଶନ କରିଛି ଟିମ । ଏହା ପରେ ପାରାଦ୍ବୀପର ଅଫିସର୍ସ କ୍ଲବରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଇଡକୋ ଦ୍ବାରା ଶିଳ୍ପ ସଂସ୍ଥା କର୍ମକର୍ତ୍ତା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଉଦ୍ୟୋଗୀମାନଙ୍କ ସହିତ ଆୟୋଜିତ ବୈଠକରେ ଯୋଗ ପାରାଦୀପ ବନ୍ଦର, ଇଫ୍କୋ ଓ ପିପିଏଲର ସମ୍ପ୍ରସାରଣ ଏବଂ ଭାରତୀୟ ତୈଳ ନିଗମର ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ । ପାରାଦ୍ବୀପ ଭାରତର ସବୁଠୁ ବଡ ପୋର୍ଟ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରମୁଖ ପରାମର୍ଶଦାତା ।
ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା, ଜଳ ଯୋଗାଣ ଓ ବିଦ୍ୟୁତ ଶକ୍ତିର ଭିତ୍ତିଭୂମି ବିକାଶ ଜରୁରୀ ହୋଇ ପଡିଛି । ତେଣୁ ରାଜ୍ୟ ସରକାର ଏଥିପାଇଁ ବିଶେଷ ଭାବରେ ଏହି କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ମୁଖ୍ୟତଃ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଯେଉଁ କ୍ଷେତ୍ରରେ ଆବଶ୍ୟକୀୟ ପଦବୀ ପାଇଁ ଯୋଗ୍ୟତା ସମ୍ପର୍ଣ୍ଣ ପ୍ରାର୍ଥୀ ମିଳୁ ନାହାନ୍ତି। ଏଥି ନିମନ୍ତେ ଦକ୍ଷତା ବିକାଶ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି । ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେଲେ ପରିବେଶ ପ୍ରଦୂଷଣ ଅନ୍ୟ ଏକ ମୁଖ୍ୟ ସମସ୍ୟା, ତେଣୁ ଆଞ୍ଚଳିକ ପରିବେଶ କାର୍ଯ୍ୟାଳୟ ଏଠାରେ କାର୍ଯ୍ୟ କରୁଛି ଯେଉଁ ଶିଳ୍ପ ସଂସ୍ଥା ପରିବେଶ ନିୟମ ଅନୁଯାୟୀ କାର୍ଯ୍ୟ କରିବେ ନାହିଁ, ସେ ଶିଳ୍ପକୁ ବନ୍ଦ କରି ଦିଆଯିବ ବୋଲି କହିଛନ୍ତି ଅସିଚ ତ୍ରିପାଠୀ କହିଛନ୍ତି ।
ସେହିପରି ବୃହତ ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାରେ କ୍ଷୁଦ୍ର ମଧ୍ୟମ ଓ ଅଣୁ ଶିଳ୍ପର ଆବଶ୍ୟକତା ଅଛି । ଏହା ଦ୍ଵାରା ଆତ୍ମ ନିଯୁକ୍ତି ବୃଦ୍ଧି ପାଇବ। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ନିୟମିତ ସମୀକ୍ଷା ବୈଠକ କରାଯାଇ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବ। ଶିଳ୍ପସଂସ୍ଥାମାନଙ୍କ ଦ୍ବାରା ରାଜ୍ୟ ଓ ଦେଶର ଅର୍ଥନୀତିରେ ବିକାଶ ହେବ । ଏହି ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ଇପିକଲ ଏମଡି ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ