ETV Bharat / state

ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର, ଖର୍ଚ୍ଚ ହେବ 3000 କୋଟି

author img

By

Published : May 30, 2022, 11:10 AM IST

Updated : May 30, 2022, 1:58 PM IST

ବିଶ୍ବସ୍ତରୀୟ ହେବ ପାରାଦ୍ବୀପ ବନ୍ଦର । ବନ୍ଦର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ବିନିଯୋଗ ହେବ 3,004.63 କୋଟି ଟଙ୍କା । ଅଧିକ ପଢନ୍ତୁ

ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର
ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ବିଶ୍ବସ୍ତରୀୟ ହେବ ପାରାଦ୍ବୀପ ବନ୍ଦର । ବନ୍ଦର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ବନ୍ଦର ଭିତ୍ତିଭୂମିର ବିକାଶ ପାଇଁ ବିନିଯୋଗ ହେବ 3,004.63 କୋଟି ଟଙ୍କା । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ଘୋଷଣା କରିଛନ୍ତି।

ବିଶ୍ଵସ୍ତରୀୟ ହେବ ପାରାଦ୍ୱୀପ ବନ୍ଦର

କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାରାଦ୍ବୀପ ବନ୍ଦରକୁ ବିଶ୍ଵ ସ୍ତରୀୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ ଜରିଆରେ ପାରାଦ୍ବୀପ ବନ୍ଦର ଭିତର ପୋତାଶ୍ରୟକୁ ଗଭୀର କରାଯିବା ସହ ନିର୍ମାଣାଧୀନ ପଶ୍ଚିମ ଡକର ବିକାଶ, ଆଧୁନୀକରଣ ପିପିପି ମୋଡ଼ରେ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି B.T.O ଓ ଡ୍ରେଜିଙ୍ଗ ଭିତ୍ତିକ ବିକାଶ ପାଇଁ ଯଥାକ୍ରମେ 3 ଶହ 52 କୋଟି 13 ଲକ୍ଷ ଟଙ୍କା ଓ 2 ଶହ 0 40 ଲକ୍ଷ ଟଙ୍କା ବ୍ୟୟ କରାଯିବ।

ସେହିପରି ସହକାରୀ ପ୍ରକଳ୍ପ ଭିତ୍ତିଭୂମିର ବିକାଶ ପାଇଁ 6 ଶହ 12 କୋଟି 50 ଲକ୍ଷ ଟଙ୍କା ବିନିଯୋଗ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରକଳ୍ପ ଆର୍ଥିକ, ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବ ।

Last Updated : May 30, 2022, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.