ETV Bharat / state

Cyclone Asani Alert: ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଜୋରଦାର ପ୍ରସ୍ତୁତି - ବାତ୍ୟା ଅସାନି ତାଜା ଖବର

ବାତ୍ୟା ଅସାନିକୁ ନେଇ ସଜାଗ ରହିଛି ପାରାଦ୍ୱୀପ ବନ୍ଦର ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନାଦ କହିଛନ୍ତି, "ପାରାଦ୍ୱୀପ ଉପକୂଳରେ ବାତ୍ୟା ଅସାନିର ପ୍ରଭାବ କମ ରହିବ ।" ଅଧିକ ପଢନ୍ତୁ

Cyclone Asani Alert: ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଜୋରଦାର ପ୍ରସ୍ତୁତି

author img

By

Published : May 11, 2022, 3:53 PM IST

ଜଗତସିଂହପୁର: ବାତ୍ୟା ଅସାନିକୁ ନେଇ ସଜାଗ ରହିଛି ପାରାଦ୍ୱୀପ ବନ୍ଦର ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନାଦ କହିଛନ୍ତି, "ପାରାଦ୍ୱୀପ ଉପକୂଳରେ ବାତ୍ୟା ଅସାନିର ପ୍ରଭାବ କମ ରହିବ । ତଥାପି ବନ୍ଦର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।"

Cyclone Asani Alert: ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଜୋରଦାର ପ୍ରସ୍ତୁତି

ବାତ୍ୟାକୁ ନେଇ ଯଦି କିଛି ଅଘଟଣ ଘଟେ ବନ୍ଦର ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ହୋଇରହିଛି । ବାତ୍ୟାକୁ ଆଖି ଆଗରେ ରଖି କଣ୍ଟେନର ଗୁଡିକୁ ଖାଲି କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖା ଯାଇଥିବାବେଳେ ମେଡିକାଲ ଟିମ୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।

ସେହିପରି ସମୁଦ୍ର ଭିତରେ କୌଣସି ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ଆମେ ପାଇବୁ, ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପାରାଦ୍ୱୀପ ସହରର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ସହ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ ହୋଇଛି । କୌଣସି ପ୍ରକାରର ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ବନ୍ଦର ଅଧ୍ୟକ୍ଷ କହିଛ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.