ETV Bharat / state

ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡିଲେ ଗ୍ରାମବାସୀ - ବିଧାୟକଙ୍କ ଉପରେ ଅସନ୍ତୋଷ ଗ୍ରାମବାସୀ

ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ପାରାଦ୍ବୀର ଉପକଣ୍ଠ ହାଣ୍ଡିଆ ଗ୍ରାମବାସୀ । ପ୍ରତିଶ୍ରୁତି ଦେଇ ପାଳନ ନକରି ଥିବାକୁ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ଉପରେ ବର୍ଷିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡିଲେ ଗ୍ରାମବାସୀ
villagers disappointed on MLA
author img

By

Published : Dec 22, 2022, 9:09 AM IST

ବିଧାୟକଙ୍କ ଉପରେ ଅସନ୍ତୋଷ ଝାଡିଲେ ଗ୍ରାମବାସୀ

ଜଗତସିଂହପୁର: କଥା ଦେଇ କଥା ରଖିଲେ ନାହିଁ ବିଧାୟକ । ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ବର୍ଷିଲେ ଗ୍ରାମବାସୀ । ବିଧାୟକଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମବାସୀ (villagers disappointed on MLA ) । ଗାଁରେ ଘଣ୍ଟ ବାଡେଇ ଗ୍ରାମଦେବତୀ ମା' ରାମଚଣ୍ଡୀ ପୀଠରେ ଏକାଠି ହେବା ସହିତ ଆର୍ସଏଲ ମିତଲ ନିଷ୍ପନ ଷ୍ଟିଲ କମ୍ପାନୀକୁ ବିରୋଧ କରିବା ସହ ପାରାଦ୍ୱୀପ ବିଧାୟକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗ୍ରାମବାସୀ ମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ''ପାରାଦ୍ବୀପ ଉପକଣ୍ଠ ହାଣ୍ଡିଆ ଗ୍ରାମରେ କମ୍ପାନୀ ନିର୍ମାଣ ପାଇଁ 400 ଶହ ପରିବାର ବିସ୍ଥାପିତ ହୋଇଛନ୍ତି । ବିସ୍ଥାପନ ସମୟରେ କମ୍ପାନୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରିନାହିଁ । ଏ ସମ୍ପର୍କରେ ଗ୍ରାମବାସୀ ମାନେ ବିରୋଧ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ । ବିଧାୟକ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲି କିନ୍ତୁ ତାହା କଲେନାହିଁ। ପ୍ରତିଶ୍ରୁତି ପାଣିର ଗାର ହୋଇଛି । କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ପାଚେରୀ ନିର୍ମାଣ କରୁଛି। ଏହାକୁ ସଂଟିପି ଭାବେ ଗ୍ରାମବାସୀ ବିରୋଧ କରୁଥିବା କହିଛନ୍ତି। 400 ଶହ ବିସ୍ଥାପିତ ପରିବାରଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଣ୍ଡିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି ।''

ଏହି ବି ପଢନ୍ତୁ...ଶିଳ୍ପ ପାଇଁ ବିସ୍ଥାପିତ ହେବେ ୭ଶହ ପରିବାର, ଉଚ୍ଛେଦ ପୂର୍ବରୁ ପକ୍କାଘର ଦାବି

ଗାଁ ସୁରକ୍ଷା ସମିତି ଶଶୀକାନ୍ତ ମହାନ୍ତି ସୂଚନା ଦେଇ କହିଛନ୍ତି, ''ଗାଁର ମୁଷ୍ଟିମେୟ ଠାକାଦାର ନିଜ ସ୍ବାର୍ଥ ପାଇଁ 400 ବିସ୍ଥାପିତ ପରିବାରଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇଛନ୍ତି । ନିଜ ସ୍ବାର୍ଥ ପାଇଁ ଗଣମାଧ୍ୟମ ଆଗରୁ ମିଥ୍ୟା ତଥ୍ୟ ପ୍ରକାଶ କରିଛନ୍ତି । ଯାହାକୁ ନେଇ 400 ବିସ୍ଥାପିତ ପରିବାର ପ୍ରଭାବିତ ହୋଇଛନ୍ତି । ଗାଁରେ କୌଣସି ଉନ୍ନୟନମୂଳୟ କାର୍ଯ୍ୟ ହୋଇନାହିଁ ତଥାପି ସେମାନେ ମିଡିଆ ଆଗରେ ମିଥ୍ୟା ତଥ୍ୟ ପ୍ରକାଶ କରୁଛନ୍ତି । 4 ମାସ ପୂର୍ବରୁ ଗାଁରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ନ ହୋଇଥିବା କହୁଥିବା ବ୍ୟକ୍ତି ଆଜି ଭୁଲ ତଥ୍ୟ ପ୍ରକାଶ କରୁଛନ୍ତି । ସ୍କୁଲ , ରାସ୍ତା, ନିଯୁକ୍ତିରେ କାର୍ଯ୍ୟ ହୋଇଥିବା ନେଇ ପ୍ରକାଶ କରିଥିବା ତଥ୍ୟ ସମୂର୍ଣ୍ଣ ଭୁଲ ।''

ସମିତି ସୁରକ୍ଷା ଆହୁରି କହିଛନ୍ତି, ''ବିଧାୟକ ଯେଉଁ ପ୍ରତିଶ୍ରୁତି ଦେଇଥିଲେ କିଛି ପୂରଣ ହୋଇନାହିଁ । କଥା ଦେଇ ଏ ଯାଏଁ ଦେଖା ଦେଇ ନାହାନ୍ତି ବିଧାୟକ । ଯେ ପର୍ଯ୍ୟନ୍ତ କମ୍ପାନୀ ସମ୍ପୂର୍ଣ୍ଣ ବିସ୍ଥାପିତଙ୍କୁ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ କମ୍ପାନୀରେ କୌଣସି କାର୍ଯ୍ୟ କରିବାକୁ ଦେବୁ ନାହଁ ।''

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.