ETV Bharat / state

ଜଗତସିଂହପୁର ପାଟେଣି ଗାଁରେ ହିଂସା: ପୋଲିସକୁ ଆକ୍ରମଣ, ୨ ଗୁରୁତର

author img

By

Published : Feb 18, 2022, 9:53 AM IST

Updated : Feb 18, 2022, 10:49 AM IST

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବ ରାତି ଅର୍ଥାତ ଗୁରୁବାର ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖାଇରଙ୍ଗ ପଞ୍ଚାୟତ ପାଟେଣି ଗାଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଜଗତସିଂହପୁରରେ ରାଜନୈତିକ ହିଂସା, 2ଗୁରୁତର
ଜଗତସିଂହପୁରରେ ରାଜନୈତିକ ହିଂସା, 2ଗୁରୁତର

ଜଗତସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଥମୁନି ହିଂସା । ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକୁ ଘଟୁଛି ତୁମୁଳକାଣ୍ଡ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବ ରାତି ଅର୍ଥାତ ଗୁରୁବାର ରାତିରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖାଇରଙ୍ଗ ପଞ୍ଚାୟତ ପାଟେଣି ଗାଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଫଳରେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।

ଜଗତସିଂହପୁରରେ ରାଜନୈତିକ ହିଂସା, 2ଗୁରୁତର

ପୋଲିସ କହିବା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁଇ ରାଜନୈତିକ ଦଳର କର୍ମୀମାନେ ଭୋଜି କରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଫଳରେ ଏହା ଉଗ୍ରରୂପ ନେବା ସହ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଖବର ପାଇ ଜଗତସିଂହପୁର ପୋଲିସ ପହଞ୍ଚି ଥିଲା । ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ ଉତ୍ୟକ୍ତ ଲୋକ । ପୋଲିସ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୋକେ । ଏହି ଘଟଣାରେ ଦୁଇ ରାଜନୈତିକ ଦଳର କର୍ମୀମାନେ ସମ୍ପୃକ୍ତ ଥିବା ପୋଲିସ କହିଛି ।

ଏହି ଘଟଣାରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନାହିଁ । ପ୍ରମାଣ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।

ପ୍ରକାଶ ଥାଉ କି, ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ପରୀକ୍ଷା ଚାଲିଛି । ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନ ସଦସ୍ୟ ପାଇଁ ଦୌଡରେ ଥିବା ୭୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମୋଟ ୨୦,୪୩୬ଟି ବୁଥ୍‌ରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ମତଦାତା ନିଜ ମତ ସାବ୍ୟସ୍ତ କରିବେ । ପୂର୍ବଥର ପରି ଆଜି ମଧ୍ୟ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟିଂ ଚାଲିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

Last Updated : Feb 18, 2022, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.