ETV Bharat / state

ଚନ୍ଦ୍ର ଗ୍ରହଣରେ ହେତୁବାଦୀଙ୍କ ବିରିୟାନୀ ଭୋଜନ, ପ୍ରତିକ୍ରିୟା ରଖିଲେ ପଦ୍ମଶ୍ରୀ ବାବା ବଳିଆ

author img

By

Published : Nov 9, 2022, 9:28 PM IST

ଚନ୍ଦ୍ର ଗ୍ରହଣ ସମୟରେ ବିରିୟାନୀ ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଲେ ପଦ୍ମଶ୍ରୀ ବାବା ବଳିଆ । ଯିଏ ଚାହୁଁଛି ଆମ ପରମ୍ପରାକୁ ଖତେଇ ହୋଇ ଖାଇବା ପାଇଁ ସେ ତାର ଗ୍ରହଣ ସମୟରେ ଖାଉ ବୋଲି କହିଛନ୍ତି ବାବା ବଳିଆ । ଅଧିକ ପଢ଼ନ୍ତୁ

ଚନ୍ଦ୍ର ଗ୍ରହଣରେ ହେତୁବାଦୀଙ୍କ ବିରିୟାନୀ ଓ ଛାଡ଼ଖାଇ, ପ୍ରତିକ୍ରିୟା ରଖିଲେ ପଦ୍ମଶ୍ରୀ ବାବା ବଳିଆ

ଜଗତସିଂହପୁର: ଚନ୍ଦ୍ର ଗ୍ରହଣ ସମୟରେ ବିରିୟାନୀ ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଓ ପରମ୍ପରାବାଦୀ । ଭୁବନେଶ୍ବର ଲୋହିଆ ଏକାଡେମୀ ପରିସର ହେଉ ଅବା ବ୍ରହ୍ମପୁର ହନୁମାନ ବଜାର ଛକ ନିକଟରେ ଦେଖିବାକୁ ମିଳିଥିଲା ଉଭୟ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ତେବେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ ତଥା ଛାଡ଼ ଖାଇରେ ଆମିଷ ଭକ୍ଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ବାବା ବଳିଆ ।

ଗତକାଲି ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀଙ୍କ ବିରିୟାନୀ ଖାଇବା ଓ ବାଣ୍ଟିବାକୁ ନେଇ ପ୍ରତିକ୍ରିୟାରେ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି, "ଯିଏ ଚାହୁଁଛି ସେ ତାର ଗ୍ରହଣ ସମୟରେ ଖାଉ । ଏହାକୁ ନେଇ ବିରୋଧ କରିବାର କୌଣସି ଆବଶ୍ୟକତା ନାହିଁ । ଗ୍ରହଣ ସମୟରେ ଖାଇଦେଲେ ଯେ କିଛି ଅସୁବିଧା ହୋଇଯିବ, ସେଥିରେ ମୁଁ ବିଶ୍ଵସ କରେନାହିଁ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ହେଉଛନ୍ତି ସକଳ ଶକ୍ତିର ଆଧାର । ଚନ୍ଦ୍ର ଗ୍ରହଣ ହେଉ ବା ସୂର୍ଯ୍ୟ ପରାଗ, ଏହି ମହାଜଗତିକ ସମୟରେ ସୁଷମ ଖାଦ୍ୟ ବା ହାଲକା ଖାଦ୍ୟ ଗ୍ରହଣ କରିବା ଉଚିତ ।" ତେବେ ଯଦି ହେତୁବାଦୀମାନେ ଆମ ପରମ୍ପରାକୁ ଖତେଇ ହୋଇ ସେହି ସମୟରେ ବିରିୟାନୀ ଖାଉଛନ୍ତି, ତେବେ ତାଙ୍କୁ ଖାଇବାକୁ ଦିଆଯିବା ଉଚିତ ବୋଲି ପଦ୍ମଶ୍ରୀ ବାବା ବଳିଆ ଗଣମାଧ୍ୟମକୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ଖାଦ୍ୟ ବଣ୍ଟନକୁ ବିରୋଧ, ଘଟଣାସ୍ଥଳରେ ଉତ୍ତେଜନା

ସେହିପରି ଆଜି ଛାଡ଼ଖାଇ ଅବସରରେ ବିଭିନ୍ନ ଆମିଷ ଦୋକାନରେ ପ୍ରବଳ ଭିଡ଼ ଲାଗିଛି । ଏହାକୁ ନେଇ ବାବା ବଳିଆ କହିଛନ୍ତି, "ଆମେ ମାସକ ଯାକ ହବିଷ କରିବା ସହିତ ସାକାର୍ଣ୍ଣ ଭୋଜନ କରୁଛେ । କିନ୍ତୁ ଛାଡ଼ଖାଇ ଆସିଲେ ଆମିଷ ଦୋକାନରେ ଗହଳି କରୁଛେ । ଏହାର କୌଣସି ମାନେ ନାହିଁ । ଯଦି ମାସକ ଯାକ ହବିଷ ପରେ ଛାଡ଼ଖାଇ ଦିନ ଆମିଷ ଟିକେ ଖାଇବାକୁ ଆମେ ବ୍ୟାକୁଳ ହେଉଛେ ତେବେ କାର୍ତ୍ତିକ ମାସରେ ପୂଜାର୍ଚ୍ଚନା କରିବା ବିଫଳ । "

ଏହା ମଧ୍ୟ ପଢନ୍ତୁ: Lunar Eclipse Row: ଚନ୍ଦ୍ର ଗ୍ରହଣରେ ବିରିୟାନୀ, ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ

ପ୍ରକାଶ ଥାଉକି, ସୂର୍ଯ୍ୟ ପରାଗ ସମୟରେ ପ୍ରଥମେ ସାମୂହିକ ସ୍ଥାନରେ ଚିକେନ ବିରିୟାନୀ ପ୍ରସ୍ତୁତ କରି ଖାଇବା ଓ ବାଣ୍ଟିବା କାର୍ଯ୍ୟକ୍ରମ କରିଥିଲା ହେତୁବାଦୀ ସଂଗଠନ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ବୋରୋଧ କରାଯିବା ସହିତ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଭିନ୍ନ ପରମ୍ପରାବାଦୀ । ଏହାପରେ ଗତକାଲି (ମଙ୍ଗଳବାର) ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ସ୍ପର୍ଶ କରିଥିବାବେଳେ ପୁଣିଥରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ବିଭିନ୍ନ ହେତୁବାଦୀ ସଂଗଠନ । ତେବେ ଯଦି ପୁନର୍ବାର ଏଭଳି କାର୍ଯ୍ୟକ୍ରମ କରାଯାଏ ଏହାକୁ ବିରୋଧ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ବିଭିନ୍ନ ପରମ୍ପରାବାଦୀ ସଂଗଠନ । ଗତକାଲି କିନ୍ତୁ ହେତୁବାଦୀଙ୍କର ଏଭଳି କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରାଯାଇଥିଲା । ବିଭିନ୍ନ ସ୍ଥାନରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.