ETV Bharat / state

ବାଇକ ସହ ବାଇକ ଧକ୍କା, ଜଣେ ମୃତ

author img

By

Published : Dec 10, 2020, 8:40 AM IST

Updated : Dec 11, 2020, 6:35 AM IST

ଜଗତସିଂହପୁର ଜିଲ୍ଲା ଛପଡାରେ ବାଇକକୁ ଧକ୍କା ଦେଲା ବାଇକ । ଜଣେ ମୃତ ଦୁଇ ଗୁରୁତର । ଅଧିକ ପଢନ୍ତୁ...

ବାଇକ ସହ ବାଇକ ଧକ୍କା,ଜଣେ ମୃତ
ବାଇକ ସହ ବାଇକ ଧକ୍କା,ଜଣେ ମୃତ

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ଛପଡା ନିକଟରେ ବାଇକ ସହ ବାଇକ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ସୂଚନାଅନୁସାରେ, ବୁଧବାର ରାତିରେ ଛପଡାରୁ ବବୁଲ ସାମଲ ଓ ପଞ୍ଚୁ ସାମଲ ଏକ ବାଇକ ଯୋଗେ ଜଗତସିଂହପୁରକୁ ଆସୁଥିଲେ । ସୋମାନଙ୍କ ବିପରୀତ ଦିଗରୁ ବାଇକରେ ଆସୁଥିଲେ ଆୟତ ପାଟଣାର ରବୀନ୍ଦ୍ର ସାହୁ । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ରବୀନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଗୁରୁବାର ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 11, 2020, 6:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.