ETV Bharat / state

କୁଜଙ୍ଗ ଲୁଣା ଜଙ୍ଗଲରୁ ଚାଲିଆସିଥିବା ଦୁଇ ହରିଣ ମଧ୍ୟରୁ ଗୋଟିଏ ମୃତ - ଜଗତସିଂହୁପରରୁ ହରିଣ ଉଦ୍ଧାର ଖବର

ଜଗତସିଂହପୁରରୁ ଗ୍ରାମକୁ ପଶି ଆସିଥିବା ଦୁଇ ହରିଣଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ । କାରଣ ଖୋଜୁଛି ବନ ବିଭାଗ । ଅଧିକ ପଢନ୍ତୁ

କୁଜଙ୍ଗ ଲୁଣା ଜଙ୍ଗଲରୁ ଚାଲିଆସିଥିବା ଦୁଇ ହରିଣ ମଧ୍ୟରୁ ଗୋଟିଏ ମୃତ

author img

By

Published : Jun 28, 2022, 9:43 PM IST

ଜଗତସିଂହପୁର: ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ରଘୁନାଥପୁର ଗ୍ରାମ ନିକଟରୁ ଦୁଇ ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଦୁଇଟି ହରିଣ ଗ୍ରାମ ଭିତରକୁ ପଳାଇ ଆସିଥିଲେ ।

ତେବେ କୌଣସି କାରଣ ବଶତଃ ଗୋଟିଏ ହରିଣର ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ଏକ ହରିଣକୁ ଗ୍ରାମବାସୀ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ବନ ବିଭାଗ ପକ୍ଷରୁ ସୁସ୍ଥ ହରିଣକୁ ଜଙ୍ଗଲରେ ଛାଡି ଦିଆଯାଇ ଥିବାବେଳେ ମୃତ ହରିଣର ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଛି । କେଉଁ କାରଣରୁ ହରିଣର ମୃତ୍ୟୁ ଘଟିଲା ତାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.