ଜଗତସିଂହପୁର: ବେଦ ବିନା ବୌଦ୍ଧିକ ବିକାଶ ଅସମ୍ଭବ। ବେଦ ହିଁ ବିଜ୍ଞାନର ଜନକ, ଭାରତ ହେଉଛି ବିଶ୍ବର ହୃଦୟ । ଭାରତ ବିଶ୍ବର ପଥ ପ୍ରଦର୍ଶକ। ଏଭଳି ଉକ୍ତି ବାଢ଼ିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ବାମୀ ନିଚ୍ଛଳାନନ୍ଦ ସରସ୍ବତୀ।
ବୁଧବାର ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି,ଜଗତଗୁରୁ ସ୍ଵାମୀ ନିଚ୍ଛଳାନନ୍ଦ ସରସ୍ବତୀ ସହରର ସୁବର୍ଣ୍ଣ ବାରହି ମନ୍ଦିରର ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ ବର୍ଷରେ ସନାତନ ଧର୍ମର ରକ୍ଷା ଓ ଅଖଣ୍ଡ ଭାରତ ଉପରେ ଗୁରୁତ୍ବାରୋପ କରିଥିଲେ।
ଏହି ଅବସରରେ ଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଏଥିରେ କ୍ରିୟା ଯୋଗ ଆଶ୍ରମର ମୁଖ୍ୟ ସ୍ଵାମୀ ପ୍ରଜ୍ଞାନା ନନ୍ଦ ଜୀ ମହାରାଜ, ମହନ୍ତ ସତ୍ୟାନନ୍ଦ ଦାସ, ପୁରୀର ଅନେକ ମଠର ମହନ୍ତ ମଧ୍ୟ ଉପସ୍ଥିତ ଥିଲେ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ