ETV Bharat / state

ଶାରଳା ମନ୍ଦିରରେ ବାଣ ବିସ୍ଫୋରଣ ଘଟଣା, ପାରାଦ୍ୱୀପରୁ ଜଣେ ଗିରଫ - ଶାରଳା ମନ୍ଦିରରେ ବାଣ ବିସ୍ଫୋରଣ

ଶାରଳା ମନ୍ଦିରରେ ବାଣ ବିସ୍ଫୋରଣ ଘଟଣା । ପାରାଦ୍ବୀପରୁ ଜଣକୁ ବାନ୍ଧିଲା ତିର୍ତ୍ତୋଲ ପୋଲିସ । ଅଧିକ ପଢନ୍ତୁ

jagatsinghpur sarala temple blast update

author img

By

Published : May 17, 2023, 7:54 AM IST

ଜଗତସିଂହପୁର: ଶାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣା । ଗତକାଲି(ମଙ୍ଗଳବାର)ପାରାଦ୍ବୀପରୁ ଜଣକୁ ଗିରଫ କରିଲା ପୋଲିସ । ଏହାସହ ବାଣ ଗୋଦାମ ମାଲିକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିରରେ ଗତ ଶନିବାର ଦିନ ଚନ୍ଦନ ଯାତ୍ରା ସମୟରେ ହୋଇଥିବା ବାଣ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ବାଣୁଆଙ୍କୁ ତିର୍ତ୍ତୋଲ ଥାନା ପୋଲିସ ପାରାଦ୍ୱୀପରୁ ଗିରଫ କରିଥିବା ବେଳେ ବାଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲେ କଟରା ପଞ୍ଚାୟତ କୋରାକୋର ଗ୍ରାମର ଶଙ୍କର ବେହେରା ।

ସୂଚନାଅନୁସାରେ, ଶଙ୍କର ଗତ ଶନିବାର ଦିନ ମା' ଶାରଳାଙ୍କ ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ବିନା ଅନୁମତିରେ ପର୍ଯ୍ୟାପ୍ତ ପରିମାଣର ବାଣ ଆଣି ଜନ ଗହଳି ସ୍ଥାନରେ ଫୁଟାଇଥିଲେ । ଫଳରେ ବାଣ ବିସ୍ଫୋରଣ ଘଟି 10ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଥିଲେ । ଏହି ଘଟଣା ଘଟିବା ପରେ ତିର୍ତ୍ତୋଲ ପୋଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିବାରେ ସଫଳ ହୋଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଶାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ, 10 ଗୁରୁତର

ଶନିବାର ଦିନ ହୋଇଥିବା ବାଣ ବିସ୍ଫୋରଣରେ ଶଙ୍କର ଆହତ ହୋଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ସେ ଫେରାର ହୋଇ ଯାଇଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇ ତାକୁ ପାରାଦ୍ୱୀପରୁ ଗିରଫ କରିଛି । ବିପୁଳ ପରିମାଣର ବାଣ ପାଇଁ କିଏ ଅର୍ଥ ଦେଇଛି ଓ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାକୁ ନେଇ ତନାଘନା କରୁଛି ପୋଲିସ । ଶଙ୍କରର କହିବା ଅନୁଯାୟୀ, "ଶାରଳା ମନ୍ଦିରର ଜଣେ ରାଉଳ ସେବକଙ୍କ ଜରିଆରେ ଏହି ବାଣ ଆସିଥିଲା । ସେହି ରାଉଳ ସେବକ ଜଣଙ୍କ ଜଣେ ଭକ୍ତଙ୍କୁ କହି ତାଙ୍କଠାରୁ ବାଣ ପାଇଁ ଅର୍ଥ ଆଣିଥିଲେ । ଚନ୍ଦନ ଯାତ୍ରାରେ ଏହି ବାଣ ମରାଯିବା ପାଇଁ ବ୍ୟବସ୍ଥା କରାଇଥିଲେ । କିନ୍ତୁ ଏ ସମ୍ପର୍କରେ ମନ୍ଦିର ପ୍ରଶାସନ କିମ୍ଭା ପୋଲିସ ପାଖରୁ ଅନୁମତି ଅଣାଯାଇ ନଥିଲା ।" କେଉଁ ପରିସ୍ଥିତିରେ ଅନୁମତି ବିନା ଜନ ଗହଳି ସ୍ଥାନରେ ବାଣ ଫୁଟାଯାଇଥିଲା ଓ ଏଥିରେ ସଂପୃକ୍ତ ବାଣ ପାଇଁ ଅର୍ଥ ଦେଇଥିବା ବ୍ୟକ୍ତି ଓ ସମ୍ପୃକ୍ତ ରାଉଳ ସେବକଙ୍କୁ ଖୁବଶୀଘ୍ର ପୋଲିସ ଧରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.