ETV Bharat / state

Panchayat Polls: ଦଳର ଶପଥ ପାଠକୁ ବିରୋଧ କରି ଇସ୍ତଫା ଦେଲେ ବିଜେଡି ସମ୍ପାଦକ

ଦଳରେ ଗୋଷ୍ଠୀ କନ୍ଦଳକୁ ନେଇ ବିଜେଡି ପାଇଁ ବଢୁଛି ଅଡୁଆ । ବିଧାୟକଙ୍କ ଗୀତାଛୁଆଁ ଶପଥ ପାଠକୁ ବିରୋଧ କରି ଇସ୍ତଫା ଦେଲେ ବିଜେଡି ସମ୍ପାଦକ ବିଶ୍ୱଜିତ ଦାଶ । ଅଧିକ ପଢନ୍ତୁ

author img

By

Published : Jan 19, 2022, 8:39 AM IST

Panchayat Polls: ଦଳର ଶପଥ ପାଠକୁ ବିରୋଧ କରି ଇସ୍ତଫା ଦେଲେ ବିଜେଡି ସମ୍ପାଦକ
Panchayat Polls: ଦଳର ଶପଥ ପାଠକୁ ବିରୋଧ କରି ଇସ୍ତଫା ଦେଲେ ବିଜେଡି ସମ୍ପାଦକ

ଜଗତସିଂହପୁର: ଆଗକୁ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ଚର୍ଚ୍ଚାକୁ ଆସିଛି ବିଜେଡିର ଶପଥ ପାଠ ରାଜନୀତି । କେଉଁଠି ନେତା ଦଳୀୟ କର୍ମୀଙ୍କୁ ମହାପ୍ରସାଦ ଛୁଆଁଉଛନ୍ତି ତ ଆଉ କେଉଁଠି ଗୀତା ଛୁଇଁ ଶପଥ ପାଠ କରାଯାଉଛି । ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ମଧ୍ୟ କର୍ମୀଙ୍କୁ ଗୀତା ଛୁଆଁଇ ଶପଥ ପାଠ କରାଇଛନ୍ତି । ଯାହାକୁ ବିରୋଧ କରି ଦଳରୁ ଇସ୍ତଫା ଦେଇଛନ୍ତି ବିଜେଡି ସମ୍ପାଦକ ବିଶ୍ୱଜିତ ଦାଶ । ବିଧାୟକ ବିଜୟ ଶଙ୍କର ଦାସ ଗତ ରବିବାର ଦିନ ଜଗତସିଂହପୁରସ୍ଥିତ ବାସଭବନରେ ଦଳୀୟ କର୍ମୀଙ୍କୁ ଡାକି ଗୀତା ଛୁଇଁ ଶପଥ ପାଠ କରାଇଥିଲେ । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଯାହାକୁ ପ୍ରାର୍ଥୀ କରିବ ତାଙ୍କୁ କେହି ବିରୋଧ କରିବେ ନାହିଁ ବୋଲି ଶପଥ କରାଯାଇଥିବା ବିଜେଡି ସମ୍ପାଦକ ଇସ୍ତଫା ଦେବା ପରେ ଏକ ଭିଡିଓ ଜାରି କରି କହିଛନ୍ତି ।

ଗଣତାନ୍ତ୍ରିକ ପଦ୍ଧତିରେ ନିଜର ମତ ରଖିବାର ସମସ୍ତଙ୍କର ଅଧିକାର ରହିଥିବାବେଳେ ତିର୍ତ୍ତୋଲ ବିଧାୟକଙ୍କ ଗୀତା ଛୁଆଁ ଫନ୍ଦାକୁ ବିରୋଧ କରି ବିଜେଡି ସମ୍ପାଦକ ପଦରୁ ବିଶ୍ୱଜିତ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ତିର୍ତ୍ତୋଲ ରାଜନୀତି ସରଗରମ ହୋଇଛି । ତିର୍ତ୍ତୋଲ ବିଜେଡିରେ ପ୍ରାର୍ଥୀ ଚୟନ ଅଙ୍କ ଛିଡୁ ନଥିବାରୁ ଦଳୀୟ ମହଲରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇଛି । ଗୀତା ଛୁଇଁ ଶପଥ ପାଠ ସମ୍ପର୍କରେ ତିର୍ତ୍ତୋଲ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ସେପଟେ ଏହି ଘଟଣା ପରେ ଦଳୀୟ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.