ଜଗତସିଂହପୁର: ଉତ୍ତମ ସ୍ବାସ୍ଥ୍ୟ ସେବା ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଶଯ୍ୟା ସଂଖ୍ୟା 126 ରୁ 300କୁ ରାଜ୍ୟ ସରକାର ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।
ଜଗତସିଂହପୁର ଜିଲ୍ଲାର ବର୍ଦ୍ଧିତ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନର ଜନସଂଖ୍ୟା ପ୍ରାୟ 12 ଲକ୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ଼ ସଂଖ୍ୟା ମାତ୍ର 126 ଥିଲା । ଏ ସମ୍ପର୍କରେ ଜିଲ୍ଲାବାସୀଙ୍କ ପକ୍ଷରୁ ଦୀର୍ଘଦିନ ଧରି ଶଯ୍ୟା ସଂଖ୍ୟା ବଢାଇବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ହୋଇ ଆସୁଥିଲା। ତେବେ ବହୁଦିନ ପରେ ରାଜ୍ୟ ସରକାର ଏଥିରେ ମୋହର ମାରିଥିବା ଦେଖିବାକୁ ମିଳିଛି ।
ଅବଶିଷ୍ଟ 174ଟି ବେଡ଼ ପାଇଁ ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାର ବେଡ଼ ସଂଖ୍ୟା ବଢ଼ାଇ ଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଫାଇପ ଟି ସଚିବଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ