ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଇଖାନା ଘରୁ ଏକ ନବଜାତକ ମୃତଦେହକୁ ଉଦ୍ଧାର କରାଯାଇଛି । ଫଳରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ କେହିଜଣେ ନବଜାତ ଶିଶୁ କନ୍ୟାକୁ ଲାଟିନରେ ଫିଙ୍ଗିଦେଇ ପଳାଇ ଥିବା ଅନୁମାନ କରାଯାଉଛି । ଏପଟେ ନବଜାତକ ଲାଟିନ୍ ଫିଙ୍ଗା ଘଟଣାକୁ ନେଇ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏ ସମ୍ପର୍କରେ ମେଡିକାଲ୍ କର୍ତ୍ତୁପଖ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ