ETV Bharat / state

ଜଗତସିଂହପୁରରେ ପୁଣି 20 ଆକ୍ରାନ୍ତ ଚିହ୍ନଟ - corona cases in jagatsinghpur

ବୁଧବାର ଦିନ ଜଗତସିଂହପୁରରେ ପୁଣି 20ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁରରେ ପୁଣି 20 ଆକ୍ରାନ ଚିହ୍ନଟ
ଜଗତସିଂହପୁରରେ ପୁଣି 20 ଆକ୍ରାନ ଚିହ୍ନଟ
author img

By

Published : Aug 6, 2020, 7:17 AM IST

ଜଗତସିଂହପୁର: ଜିଲ୍ଲାରେ ବୁଧବାର ଦିନ ପୁଣି 20ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦାରୁ 3, ବିରିଡିରୁ 3, ଜଗତସିଂହପୁର ସହରରୁ 6, କୁଜଙ୍ଗରୁ 3, ପାରାଦୀପରୁ 2, ତ୍ରିତ୍ତୋଲରୁ 2 ଓ ରଘୁନାଥପୁର ରୁ ଜଣେ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ 3 ଜଣ ତାମିଲନାଡ଼ୁ, ତେଲେଙ୍ଗାନାରୁ ଆସିଥିବା ବେଳେ 3 ଜଣ କଟକ ଏସିବିରୁ ଅନ୍ୟ ରୋଗପାଇଁ ଚିକିତ୍ସିତ ହେବାକୁ ଯାଇ କୋରୋନା ଆକ୍ରାନ୍ତ ହୋଇଥିଲେ। ସେହିଭଳି ଜଗତସିଂହପୁରରୁ ଚିହ୍ନଟ ହୋଇଥିବା 6ଜଣଙ୍କ ମଧ୍ୟରୁ 5 ଜଣ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ଅନ୍ୟ ଜଣେ କଟକ ଏସସିବିର ନ୍ୟୁରୋ ବିଭାଗରେ ଚିକିତ୍ସିତ ହେଉଥିଲେ।

ଜଗତସିଂହପୁରରେ ପୁଣି 20 ଆକ୍ରାନ ଚିହ୍ନଟ

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 801ଜଣ ପଜିଟିଭ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ 624 ଜଣ ସୁସ୍ଥହୋଇ ଘରକୁ ଫେରିଥିବା ବେଳେ ଏବେ ସୁଦ୍ଧା 173 ଜଣ ସକ୍ରିୟ ଆକ୍ରାନ୍ତ ବିଭାଗ କୋଭିଡ ହସ୍ପିଟାଲରେରେ ଚିକିତ୍ସାଧିନ ଅଛନ୍ତି। ତେବେ କୋରୋନା ଜନିତ ମୃତ୍ୟୁସଂଖ୍ୟା 2ରେ ସ୍ଥିର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.