ETV Bharat / state

ଆରମ୍ଭ ହେଲା ଜାତୀୟ ଟେନିସ ଭଲିବଲ ପ୍ରତିଯୋଗିତା, ଯୋଗଦେଲେ ୨୨ ରାଜ୍ୟର ପ୍ରତିଯୋଗୀ - ଟେନିସ୍‌ ଭଲିବଲ ଚାମ୍ପିୟନସିପ

ପାରାଦ୍ବୀପ ଗୋପବନ୍ଧୁ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଜାତୀୟ ମିନି ଓ ଯୁବ ଟେନିସ୍‌ ଭଲିବଲ ଚାମ୍ପିୟନସିପ । ଏହି ଟୁର୍ଣ୍ଣାମେଣ୍ଟରେ ୨୨ଟି ରାଜ୍ୟର ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ଜାତୀୟ ଟେନିସ ଭଲିବଲ ପ୍ରତିଯୋଗିତା

author img

By

Published : Dec 24, 2022, 8:13 PM IST

ଆରମ୍ଭ ହେଲା ଜାତୀୟ ଟେନିସ ଭଲିବଲ ପ୍ରତିଯୋଗିତା

ପାରାଦ୍ବୀପ: ଦୁଇ ଦିନିଆ ଜାତୀୟ ମିନି ଓ ଯୁବ ଟେନିସ୍‌ ଭଲିବଲ ଚାମ୍ପିୟନସିପ ଉଦ୍‌ଘାଟିତ । ପାରାଦ୍ବୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଏହି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତା ଆସନ୍ତାକାଲି (ରବିବାର) ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରାୟ ୨୨ଟି ରାଜ୍ୟର ପ୍ରତିଯୋଗୀ ଏଥିରେ ଭାଗନେଇଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ ।

ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ଏହି ଜାତୀୟ ମିନି ଓ ଯୁବ ଟେନିସ୍‌ ଭଲିବଲ ଚାମ୍ପିୟନସିପ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ କ୍ରୀଡା ସଂସଦର ସଭାପତି ଡିଏନ ସୋଧି, ଆସେଲ ମିତଲର ସିଏସଆର ବିକାଶ ଯାଦବେନ୍ଦୁ, ଓଡ଼ିଶା ଭଲିବଲ ଅସୋସିଏସନର ସମ୍ପାଦକ ନିଶିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ୨୨ଟି ରାଜ୍ୟର ପ୍ରାୟ ୫ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ସ୍ୱାଗତ କରାଯାଇଥିଲା । ଏହି ପ୍ରତିଯୋଗିତା ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୫ ତାରିଖରେ ଉଦ୍‌ଯାପିତ ହେବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.