ETV Bharat / state

କାଲି ପୌର ନିର୍ବାଚନ: ପାରାଦୀପରେ ପ୍ରସ୍ତୁତି ଶେଷ - ପୌର ନିର୍ବାଚନ

ଆସନ୍ତାକାଲି(ଗୁରୁବାର) ଅନୁଷ୍ଠିତ ହେବ ପାରାଦୀପ ପୌର ନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଯାଇଛି । ପାରାଦୀପ ମ୍ୟୁନିସିପାଲ ହାଇସ୍କୁଲ ପରିସରରେ କରାଯାଇଛି କଣ୍ଟ୍ରୋଲ ରୁମ ।

କାଲି ପୌର ନିର୍ବାଚନ: ପାରାଦୀପରେ ପ୍ରସ୍ତୁତି ଶେଷ

author img

By

Published : Mar 23, 2022, 7:59 PM IST

ପାରାଦୀପ: ଆସନ୍ତାକାଲି(ଗୁରୁବାର) ଅନୁଷ୍ଠିତ ହେବ ପାରାଦୀପ ପୌର ନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଯାଇଛି । ପାରାଦୀପ ମ୍ୟୁନିସିପାଲ ହାଇସ୍କୁଲ ପରିସରରେ କରାଯାଇଛି କଣ୍ଟ୍ରୋଲ ରୁମ । କଡାସୁରକ୍ଷା ଭିତରେ ଇଭିଏମ ମେସିନ ରଖାଯାଇଥିବା ବେଳେ ଆଜି(ବୁଧବାର) ସକାଳୁ ବିଭିନ୍ନ ବୁଥକୁ ପ୍ରଜାଇଡିଂ,ପୋଲିଙ୍ଗ ଅଫିସର ମାନେ ଇଭିଏମ ମେସିନ ଧରି କଡା ସୁରକ୍ଷା ବଳୟରେ ନିଜ ନିଜ ବୁଥକ ଯିବା ଆରମ୍ଭ କରିଛନ୍ତି। ପାରାଦୀପ ପୌର ନିର୍ବାଚନ ପାଇଁ ୧୯ଟି ୱାର୍ଡରୁ ସମୁଦାୟ ୪୬ ଟି ବୁଥରେ ୪୨୧୧୬ ଜଣ ଭୋଟର ୬୩ ଜଣ ପାରିଷଦ ଏବଂ ୪ ଜଣ ଅଧ୍ୟକ୍ଷଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିପାଇଁ ୩ଟି ପିଙ୍କ ବୁଥ , ୩ ଟି ମଡେଲ ବୁଥ କରାଯାଇଥିବା ବେଳେ ୨୩୦ ଜଣ ପୋଲିଙ୍ଗ ଟିମ ନିୟୋଜିତ ହୋଇଛନ୍ତି।

କାଲି ପୌର ନିର୍ବାଚନ: ପାରାଦୀପରେ ପ୍ରସ୍ତୁତି ଶେଷ

ଶାନ୍ତି ଶୃଙ୍ଖଳାର ସହ କିଭଳି ନିର୍ବାଚନ ଶେଷ ହେବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ୨୨ ଜଣ ଅଫିସର, ପ୍ରତ୍ୟେକ ବୁଥ ପାଇଁ ଦୁଇ ଜଣ କନେଷ୍ଟବଳ ଏବଂ ୭ ଟି ସମ୍ବେଦନଶୀଳ ଓ ଅତିସମ୍ବଦନ ଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ଏଥିପାଇଁ ୬ ଟି ମୋବାଇଲ ଗାଡି, ୬ ଜଣ ସେକ୍ଟର ଅଫିସର ସୁପରଭାଇଜିଂ କରିବେ । ତେବେ ଆସନ୍ତାକାଲି ସକାଳ ୮ ଟାରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.