ETV Bharat / state

କୋରୋନା ମାଡ: କ୍ଷତି ସହୁଛି କ୍ଷୁଦ୍ରଶିଳ୍ପ - କୋରୋନା ମାଡ

ଜିଲ୍ଲାରେ କୋରୋନା ମହାମାରୀ କାରଣରୁ କ୍ଷତି ସହିଛି କ୍ଷୁଦ୍ର ଶିଳ୍ପ। ଏହାକୁ ନେଇ ଚିନ୍ତିତ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଓ କର୍ମଚାରୀ । ଜୀବିକା ନେଇ ଘାରିଛି ଚିନ୍ତା।

MSME sector hamper
କୋରୋନା ମାଡ: କ୍ଷତି ସହୁଛି କ୍ଷୁଦ୍ରଶିଳ୍ପ
author img

By

Published : Aug 3, 2020, 9:31 PM IST

ଜଗତସିଂହପୁର: ଜିଲ୍ଲାରେ କୋରୋନା ମହାମାରୀ କାରଣରୁ କ୍ଷତି ସହିଛି କ୍ଷୁଦ୍ର ଶିଳ୍ପ। ଏହାକୁ ନେଇ ଚିନ୍ତିତ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଓ କର୍ମଚାରୀ । ଜୀବିକା ନେଇ ଘାରିଛି ଚିନ୍ତା। ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାରେ 54ଟି କ୍ଷୁଦ୍ରଶିଳ୍ପ ବା MSME ୟୁନିଟ କାର୍ଯ୍ୟକ୍ଷମ ହେଉଛି କିନ୍ତୁ କୋରୋନା ପ୍ରଭାବରେ ଅନେକାଂଶ ଏହା ମଧ୍ୟରୁ ବନ୍ଦ ହୋଇଗଲାଣି।

ଉତ୍ପାଦନରେ ସମସ୍ୟା, କଞ୍ଚାମାଲର ଅଭାଵ ଓ କୋଭିଡ କଟକଣା ଯୋଗୁ ସମସ୍ୟା ସୃଷ୍ଟି ହେଉଛି। ଏଥି ଯୋଗୁଁ ଶିଳ୍ପଦ୍ୟୋଗୀମାନଙ୍କର ବିପୁଳ ପରିମାଣରେ କ୍ଷତି ହେଉଛି। ଫଳରେ ବାଧ୍ୟ ହୋଇ କାରଖାନାକୁ ବନ୍ଦ କରିବାକୁ ପଡୁଛି । ଜିଲ୍ଲାରେ 1 ହଜାର 54 ଟି କ୍ଷୁଦ୍ରଶିଳ୍ପ ଥିବାବେଳେ ସେଥିମଧ୍ୟରୁ 7 ହଜାର ପ୍ରତ୍ୟକ୍ଷ ଓ 10 ହଜାର ପରୋକ୍ଷ ନିଯୁକ୍ତି ପାଇଛନ୍ତି ।

କୋରୋନା ମାଡ: କ୍ଷତି ସହୁଛି କ୍ଷୁଦ୍ରଶିଳ୍ପ

ବର୍ତ୍ତମାନ ଶିଳ୍ପ ବନ୍ଦ ଯୋଗୁ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତି ହରାଇବାକୁ ପଡିଛି । ଆଗାମୀ ଦିନରେ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ଶିଳ୍ପ ବିଭାଗ ଦୃଷ୍ଟି ନ ଦେଲେ ବହୁଲୋକଙ୍କ ଜୀବିକା ବିପନ୍ନ ହେବ ଏଥିରେ ସନ୍ଦେହ ନାହିଁ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.