ଜଗତସିଂହପୁର : ଦେଶରେ ମାରାତ୍ମକ ମଙ୍କିପକ୍ସ ରୋଗ ଚିହ୍ନଟ ହେବାପରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଛନ୍ତି । ଯାହାକୁ ନେଇ ପାରାଦ୍ୱୀପ ବନ୍ଦର ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି ହୋଇଛି । ବିଦେଶରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଅସୁସ୍ଥ ଓ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଅଲଗା ରହିବାକୁ ପରାମର୍ଶ ଦିଆଯାଇଛି ।
ମଙ୍କି ପକ୍ସ ରୋଗୀ ଦେଶରେ ଜଣେ ମାତ୍ର ଚିହ୍ନଟ ହୋଇଥିଲେ ମଧ୍ୟ ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ବିଦେଶୀ ନାଗରିକଙ୍କ ଉପରେ ନଜର ରଖାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ