ଜଗତସିଂହପୁର: ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ସନ୍ତରାରେ ଅନ୍ତଃନଦୀ ଜଳାଶୟ ନିର୍ମାଣ କରିବାକୁ ଦାବି ଜୋର ଧରିଛି । ଆଜି(ଗୁରୁବାର) ଏହାକୁ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ ମାଧ୍ୟମରେ ଦାବି ଜଣାଇଛନ୍ତି ଜିଲ୍ଲାର ତିନି ବିଧାୟକଙ୍କ ଶହ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଅନ୍ୟ ପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ଓ କଟକ ଜିଲ୍ଲାର କେତେକ ବିଧାୟକ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
କୁଜଙ୍ଗ ବ୍ଲକ ସନ୍ତରା ନିକଟ ମହାନଦୀ ଗର୍ଭିରେ ନିର୍ମାଣ ହେବାକୁ ଥିବା ଅନ୍ତଃ ନଦୀ ଜଳାଶୟ ନିର୍ମାଣ ହେଲେ ଜଗତସିଂହପୁର ଜିଲ୍ଲାର ଦୁଇଟି ସହର ଓ ୮ଟି ବ୍ଲକରେ ପାନୀୟ ଜଳ ଯୋଗାଣ ହୋଇପାରିବ । ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର 3ଟି ବ୍ଲକ ସମେତ କଟକ ଜିଲ୍ଲାର 3ଟି ବ୍ଲକକୁ ମଧ୍ୟ ପାନୀୟ ଜଳ ଯୋଗାଣ ହେବା ସହ ଶିଳ୍ପ ଓ ଚାଷ ପାଇଁ ଜଳ ସଂରକ୍ଷଣ ହୋଇପାରିବ ବୋଲି ଜଳ ସମ୍ପଦ ମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ କାରଣରୁ ଏହି ଦାବିପତ୍ର ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ପ୍ରଦାନ କରାଯାଇଥିଲା । ପୂର୍ବରୁ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କାରିବାକୁ ପ୍ରତିଶୃତି ଦେଇଥିବା ବିଧାୟକ ମାନେ କହିଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ