ETV Bharat / state

ଜଗତସିଂହପୁରରେ ବଧୂହତ୍ୟା ଅଭିଯୋଗ, ଥାନା ଆଗରେ ମୃତଦେହ ରଖି ପରିବାରର ଧାରଣା

ଶାଶୂଘର ଲୋକଙ୍କ ନିର୍ଯାତନାରେ ଆଖି ବୁଜିଲା ବୋହୂ । ଜଗତସିଂହପୁର ଜିଲ୍ଲା ନାଉଗାଁ ଆଞ୍ଚଳରେ ବଧୂହତ୍ୟା ଅଭିଯୋଗ ଆଣି ଧରଣା ଦେଇଛନ୍ତି ମୃତକଙ୍କ ପରିବାର । ଅଧିକ ପଢନ୍ତୁ

author img

By

Published : Mar 25, 2023, 9:16 AM IST

women allegedly killed by husband family
ଜଗତସିଂହପୁରରେ ବଧୂହତ୍ୟା ଅଭିଯୋଗ
ଜଗତସିଂହପୁରରେ ବଧୂହତ୍ୟା ଅଭିଯୋଗ

ଜଗତସିଂହପୁର: ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଲସାର ଗାଁରେ ଗତ 22 ତାରିଖରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଶାଶୂଘର ଲୋକଙ୍କ ନିର୍ଯାତନାରେ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଥାନା ଆଗରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ପରିବାର । ମାମାଲିଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିବା ପରିବାର ଅଭିଯୋଗ କରିଛନ୍ତି । ମହିଳାଙ୍କର ପୋଷ୍ଟମର୍ଟମ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ତେଲସରା ଗାଁର ରଞ୍ଜିତ ଜେନାଙ୍କ ପତ୍ନୀ ମାମାଲି ପରିଜାଙ୍କର ଗତ 22 ତାରିଖରେ ମୃତ୍ୟୁ ହୋଇଥିଲା । ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ବିଷୟରେ ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମାମାଲିଙ୍କ ପରିବାର । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତଜେନା ଦେଖାଦେଇଥିଲା । ଝିଅ ଘର ଲୋକେ ମୃତକ ମହିଳାଙ୍କ ସ୍ବାମୀ ରଞ୍ଜିତ ଜେନାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ରଞ୍ଜିତକୁ ଘରୁ ଘୋଷାଡି ଆଣି ମାଡ଼ ମାରିଥିବା ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ ନାଉଗାଁ ଆଇଆଇସିଙ୍କ ସମେତ ଜଗତସିଂହପୁର SDPO ପହଁଛି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକ ଶୁଣିବାକୁ ନାରାଜ ହୋଇଥିଲେ । ସ୍ବାମୀ ଓ ଶାଶୂଘର ଲୋକ ଆମ ଝିଅକୁ ନିର୍ଯ୍ୟାତନା ଦେଉଥିଲେ ସେମାନେ ହିଁ ତାକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ମାମାଲିଙ୍କ ପରିବାର । ଏନେଇ ନ୍ୟାୟ ଦାବିରେ ଅଡି ବସିଥିଲେ । ଥାନା ଆଗରେ ମୃତଦେହ ରଖି ପ୍ରତିବାଦ କରିଥିଲେ ।

ଏହା ବି ପଢନ୍ତୁ...DJ Azex Death Case: ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ, ଏକ୍ସପୋଜ ପାଇଁ ତିନି ଯୁବତୀ କରିଥିଲେ ହ୍ବାଟ୍ସଆପ୍ ଗ୍ରୁପ

ମୃତ ମାମାଲିଙ୍କ ସମ୍ପର୍କୀୟ କହିଛନ୍ତି, ''ଆମ ଝିଅକୁ ମାରି ଦେଲେ ଆମକୁ ନ୍ୟାୟ ଦରକାର । ଛୋଟ ଛୁଆଟିକୁ ମାଆ ଛେଉଣ୍ଡ କରିଦେଲେ । ଝିଅକୁ ନିର୍ଯାତନା ଦେଉଥିବା ନେଇ ସେ ଘରକୁ ଫୋନ କରି କହିଥିଲା । ତା' ଶାଶୂଘର ଲୋକଙ୍କୁ ଫୋନ କରିବାରୁ କେହି ଉତ୍ତର ଦେଇ ନଥିଲେ । ଆମ ଝିଅକୁ ହତ୍ୟା କରାଯାଇଛି ଆମକୁ ନ୍ୟାୟ ଦରକାର ।'' ଅଭିଯୁକ୍ତ ଶାଶୂ, ଶ୍ବଶୁର ଓ ସ୍ବାମୀଙ୍କୁ ପୋଲିସ ଏ ଯାଏଁ ଗିରଫ କରିନଥିବାରୁ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ମାମଲିଙ୍କ ପରିବାର । ତଦନ୍ତ ଜାରି ଥିବା ପୋଲିସ କହିଛି । ତଦନ୍ତ ପରେ ଯେଉଁ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.