ETV Bharat / state

ପରିଣତ ବୟସରେ ପର କଲେ ପିଲା, ଜରାଶ୍ରମରେ ବିତୁଛି ଜୀବନ - ଜଗତସିଂହପୁର ନ୍ୟୁଜ୍

ପରିଣତ ବୟସରେ ପର କଲେ ପିଲା । ଜରାଶ୍ରମରେ ବିତୁଛି ଜୀବନ । ଜଗତସିଂହପୁରରେ ଥିବା ମାଆ ସନ୍ତୋଷୀ ଜରାଶ୍ରମରେ ଅନେକ ବାପାମାଆ ରହିଛନ୍ତି ଯାହାଙ୍କୁ ସେମାନଙ୍କ ପିଲା ହତାଦର କରିଛନ୍ତି । ଏବେ ସେମାନଙ୍କ ପାଇଁ କେବଳ ଭଗଭାନ ଭରସା । ବୟସର ଅପରାହ୍ନରେ ଜୀବନ ଯନ୍ତ୍ରଣାକୁ ନେଇ ଜରାଶ୍ରମରେ ସେମାନଙ୍କ ଜୀବନ ବିତୁଛି । ଅଧିକ ପଢନ୍ତୁ

elderly people stay in oldage home
ବୟସର ଅପରାହ୍ନରେ ଜରାଶ୍ରମର ଜୀବନ
author img

By

Published : Sep 19, 2022, 3:56 PM IST

ଜଗତସିଂହପୁର: ସୋସିଆଲ ମିଡିଆରେ କେବେଳ ବାପାମାଆଙ୍କ ପାଇଁ ଦିନ ପାଳନ କରାଯାଏ । ହେଲେ ପ୍ରକୃତରେ ଘଟଣା କିଛି ଅଲଗା । ବାପାମାଆଙ୍କୁ ଅବହେଳା କରିବା ସହିତ ନିର୍ଯାତନା ଦେଇଥାଏ ସନ୍ତାନ । ବୟସର ଅପରାହ୍ନରେ ଜୀବନର ଅସହ୍ୟ ଦୁଃଖକୁ ଛାତିରେ ଚାପି ରଖି ଜରାଶ୍ରମର ଆଶ୍ରୟ ନେଇଛନ୍ତି ଅନେକ ବାପାମାଆ । ଜରାଶ୍ରମରେ ବିତୁଛି ଜନ୍ମଦାତାଙ୍କ ଜୀବନ (elderly people stay in oldage home) । ଜୀବନତମାମ୍ ପିଲାଙ୍କ ଭବିଷ୍ୟତ ପାଇଁ ସେମାନେ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରିଥାନ୍ତି ହେଲେ ତାର ମୂଲ୍ୟ ବୁଝେନାହିଁ ସନ୍ତାନ । ଜଗତସିଂହପୁରରେ ଥିବା ମାଆ ସନ୍ତୋଷୀ ଜରାଶ୍ରମରେ ଅନେକ ବାପାମାଆ ରହିଛନ୍ତି ଯାହାଙ୍କୁ ସେମାନଙ୍କ ପିଲା ହତାଦର କରିଛନ୍ତି । ଏବେ ସେମାନଙ୍କ ପାଇଁ କେବଳ ଭଗଭାନ ଭରସା ।

ପରିଣତ ବୟସରେ ପର କଲେ ପିଲା, ଜରାଶ୍ରମର ବିତୁଛି ଜୀବନ

ସାମାଜିକ ମୂଲ୍ୟବୋଧର ଅବ ମୂଲ୍ୟାୟନ ଫଳରେ ସମାଜରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ଆଜିର ଯୁବ ସମାଜ ଯୌଥ ପରିବାର ବଦଳରେ ଏକକ ପରିବାର ପ୍ରତି ଆକର୍ଷିତ ହେଉଛନ୍ତି । ଫଳରେ ଜନ୍ମ ଦେଇଥିବା ବାପା ମାଆ ଅବହେଳିତ ହେବା ସହିତ ସନ୍ତାନମାନେ ସେମାନଙ୍କୁ ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି । ସରକାରୀ ସୂତ୍ର ଅନୁସାରେ ବର୍ତମାନ ସୁଦ୍ଧା ଜିଲ୍ଲାରେ ଆଶ୍ରା ଦ୍ୱାରା ପରିଚାଳିତ ଦୁଇଟି ସରକାରୀ ଅନୁଦାନ ପ୍ରାପ୍ତ ଦୁଇଟି ଜରାଶ୍ରମ ରହିଥିବା ବେଳେ ବେସରକାରୀ ଭାବେ ପାରାଦ୍ୱୀପରେ ଦୁଇଟି, ନାଉଗାଁରେ ଦୁଇଟି ଜଗତସିଂହପୁରରେ ଦୁଇଟି ରହିଛି । ସେହିଭଳି ଅନେକ ସ୍ବାଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଛୋଟବଡ ଜରାଶ୍ରମ ଖୋଲାଯାଇ ଅବହେଳିତ ଓ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ରଖା ଯାଇ ସେବା ଯୋଗାଇ ଦିଆଯାଉଛି ।

ବେସରକାରୀ ତଥ୍ୟ ଅନୁସାରେ ଜିଲାରେ ପ୍ରାୟ 5 ହଜାର ରୁ ଅଧିକ ବୃଦ୍ଧବୃଦ୍ଧା ଜରାଶ୍ରମ ରେ ଜୀବନ ଯାପନ କରୁଛନ୍ତି । ସରକାରୀ ସ୍ତରରେ ଗୋଟିଏ ବି ଜରାଶ୍ରମ ନଥିବା ବେଳେ ମାତ୍ର ଦୁଇଟି ଜରାଶ୍ରମକୁ କିଛି ଆର୍ଥିକ ସହାୟତା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଜିଲ୍ଲାରେ ଜରାଶ୍ରମରେ ରହୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ 40 ପ୍ରତିଶତ ଅସହାୟ ହୋଇଥିବା ବେଳେ 45 ପ୍ରତିଶତ ବୃଦ୍ଧବୃଦ୍ଧାଙ୍କୁ ପୁଅ ବୋହୂଙ୍କ ଘରୁ ବାହାର କରି ଦେଇଛନ୍ତି । ଅବଶିଷ୍ଟ15 ପ୍ରତିଶତ ବୃଦ୍ଧ ବୃଦ୍ଧା ନିଜ ଇଚ୍ଛାରେ ପରିବାର ଛାଡି ରହୁଥିବା DSSO ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ସମାଜରେ ବୃଦ୍ଧ ପିତାମାତାଙ୍କୁ ଅବହେଳା ଏକ ସାମାଜିକ ବ୍ୟାଧି ଭାବରେ ପରିଣତ ହୋଇଛି । ସାରା ଜୀବନ ସନ୍ତାନର ଭାର ବହନ କରି ଆସିଥିବା ବାପ ମାଆ, ପରିଣତ ବୟସ ହେଲାପରେ ସନ୍ତାନ ମାନଙ୍କ ପାଇଁ ଅଲୋଡ଼ା ହୋଇ ପଡୁଛନ୍ତି । ଯାହାକୁ ନେଇ ସରକାର ଆଇନରେ ଦଣ୍ଡର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସରଳ ହୋଇ ନଥିବାରୁ ଅନେକାଂଶରେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ତେବେ ନୈତିକ ମୁଲ୍ୟବୋଧର ଅଧପତ୍ତନ ଯୋଗୁଁ ସମାଜରେ ଏହିଭଳି ପ୍ରଥା ଦେଖିବାକୁ ମିଳୁଛି । ପିଲାମାନେ ବାପାମାଆଙ୍କୁ ନିଜ ସନ୍ତାନ ପରି ଭଲ ପାଇଲେ ସ୍ନେହ କଲେ ଏ ପରିଣତ ବୟସରେ ସେମାନଙ୍କୁ ଜରାଶ୍ରମର ଦ୍ବାରସ୍ଥ ହେବାକୁ ପଡିବ ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.