ETV Bharat / state

ଲଗାଣ ବର୍ଷାରେ ବେହାଲ ଜଗତସିଂହପୁର: ବୁଡିଲା ତଳିଆ ଅଞ୍ଚଳ, ବଜ୍ରଘାତରେ ଚାଲିଗଲା ଜଣଙ୍କ ଜୀବନ

author img

By

Published : Aug 3, 2023, 12:28 PM IST

ଜଗତସିଂହପୁରରେ ଜାରି ରହିଛି ଲଘୁଚାପ ଜନତା ଲଗାଣ ବର୍ଷା । ବଜ୍ରପାତରେ ଜଣେ ମୃତ । ଅଧିକ ପଢନ୍ତୁ

man dies due to lightning strike in jagatsinghpur

ଜଗତସିଂହପୁର: ଜନ ଜୀବନ ଅସ୍ତବ୍ୟସ୍ତ କରି ପକାଇଛି ଲଗାଣ ବର୍ଷା । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ଜଗତସିଂହପୁରରେ ଲଗାଣ ବର୍ଷା ସାଙ୍ଗକୁ ବଜ୍ରପାତ ହେବାକୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ତାରପୁର ପଞ୍ଚାୟତର ଅଭିରାମ ବିଶ୍ୱାଳ । ବର୍ଷା ହେବା ସମଯରେ ସେ ଜମିରେ କାମ କରୁଥିଲେ । ଏହି ସମୟରେ ହଠାତ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ଅଭିରାମ ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ବନ୍ୟା ଆଶଙ୍କା: ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ

ମିଳିଥିବା ସୂଚନା ଅନୁଯାୟୀ, ଗତ ଦୁଇ ହେଲା ଜିଲ୍ଲାର ଜାରି ରହିଛି ଲଘୁଚାପ ଜନତା ଲଗାଣ ବର୍ଷା । ଗତ ମଙ୍ଗଳବାର ଠାରୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଘର ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ବର୍ଷା ଯୋଗୁଁ ଜଗତସିଂହପୁର ଉପକଣ୍ଠ ମଣ୍ଡାସାହି ସେକ୍ସନରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା । ଜଗତସିଂହପୁର ସଦର, ରଘୁନାଥ ପୁର ଓ ବିରିଡି ବ୍ଲକରେ ପାଖାପାଖି 15 ଘଣ୍ଟା ଧରି ବିଜୁଳି ଯୋଗାଣ ହୋଇ ପାରିନଥିଲା । ସେହିପରି ଇଣ୍ଟରନେଟ ଓ ଟେଲି ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ପାରାଦ୍ୱୀପରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଜଳାର୍ଣ୍ଣବ ଅନୁଗୋଳ: ପାଣି ଘେରରେ ଗାଁଠୁ ସହର, ଜଳବନ୍ଦୀ ଲୋକେ

ବୁଧବାର ଦିନ ବର୍ଷା ଲାଗି ରହିଥିବା ବେଳେ ତାରପୁର ପଞ୍ଚାୟତର ଚାଷୀ ଅଭିରାମ ବିଶ୍ୱାଳ ଜମିରେ କାମ କରୁଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ଟଳିପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରଘୁନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ପ୍ରବଳ ବଜ୍ରପାତ ଯୋଗୁ ଜିଲାର ଅଧିକାଂଶ ସ୍ଥାନରେ କିଛି ଲୋକ ଆହତ ମଧ୍ୟ ହୋଇଥିବା ଖବର ମିଳିଛି ।

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ବିଭିନ୍ନ ଜିଲ୍ଲାରେ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଯାତାୟତରେ ବାଧା ଉପୁଜୁଛି । ବୌଦ୍ଧ ଜିଲ୍ଲାର ମହାନଦୀ ସମେତ ଜିଲ୍ଲାର ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ସହିତ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ଗୁରୁବାର ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଆଶଙ୍କା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.