ଜଗତସିଂହପୁର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି 12 ଘଣ୍ଟିଆ ଜଗତସିଂହପୁର ବନ୍ଦ ପାଳନ କରୁଛି ବିଜେପି । ଏନେଇ ଆଜି ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭିତରେ ପଶି ବନ୍ଦ କରିବା ସହିତ ପିକେଟିଂ କରିଥିଲେ। ତେବେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ଯେ ପର୍ଯ୍ୟନ୍ତ ସୁରକ୍ଷା ଦେଇ ଆସୁଥିବେ ସେ ପର୍ଯ୍ୟନ୍ତ ବିଜେପି ତାର ଆନ୍ଦୋଳନ ଜାରି ରଖିବ ବୋଲି ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି।
ସହରର ବିଭିନ୍ନ ସ୍ଥାନରେ ବିଜେପିର କର୍ମୀମାନେ ରାସ୍ତାରୋକ କରିବା ସହ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସହରରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ