ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ମନ୍ଦିର ଦୀର୍ଘ 9 ମାସ ପରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଦର୍ଶନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ଭିତରୁ ଆସୁଥିବା ଶ୍ରଦ୍ଧାଳୁମାନେ ପରିଚୟ ପତ୍ର ଦେଖାଇ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବାର ବ୍ୟବସ୍ଥା ହୋଇଛି। ଜିଲ୍ଲା ବାହାର ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ମନ୍ଦିର ମଧ୍ୟକୁ ଦୀପ, ଭୋଗ, ଚନ୍ଦନ ଲଗାଇବା ସହ ପାଦୁକା ଓ ପ୍ରସାଦ ଉପରେ କଟକଣା ଜାରି କରାଯାଇଛି। 10 ବର୍ଷ ରୁ କମ୍ ଓ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ