ETV Bharat / state

ଶାରଳା ମନ୍ଦିରରୁ ଚୋରି ଘଟଣା, ହୁଣ୍ଡିରୁ ମିଳିଲା 16 ଲକ୍ଷ 81ହଜାର ଟଙ୍କା

Sarala Temple Hundi Cash: ଶାରଳା ମନ୍ଦିରରେ ଚୋରି ହୋଇଥିବା ହୁଣ୍ଡିରୁ ମିଳିଲା 16 ଲକ୍ଷ 81 ହଜାର 675 ଟଙ୍କା । ଗତକାଲି ହୁଣ୍ଡିକୁ ଗତକାଲି ଖୋଲାଯାଇ ଗଣତି କରାଯାଇଥିଲା । ଅଧିକ ପଢ଼ନ୍ତୁ

ଶାରଳା ମନ୍ଦିରରୁ ଚୋରି ଘଟଣା
ଶାରଳା ମନ୍ଦିରରୁ ଚୋରି ଘଟଣା
author img

By ETV Bharat Odisha Team

Published : Dec 18, 2023, 9:17 AM IST

ଶାରଳା ମନ୍ଦିରରୁ ଚୋରି ଘଟଣା

ଜଗତସିଂହପୁର : ଶାରଳା ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଘଟଣା । ଚୋରି ହୋଇଥିବା ହୁଣ୍ଡିରୁ ମିଳିଲା 16 ଲକ୍ଷ 81 ହାଜର 675ଟଙ୍କା । ସେହିପରି 84 ହଜାର 500 ଟଙ୍କା ଖୁଚୁରା ଟଙ୍କା ଥିବା ଜଣାପଡିଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ମନ୍ଦିରର ସିଂହଦ୍ଵାର ନିକଟରେ ଥିବା ସେହି ୧ ନମ୍ବର ହୁଣ୍ଡିକୁ ଗତକାଲି(ଶନିବାର) ଖୋଲାଯାଇ ଗଣତି କରାଯାଇଥିଲା ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ମନ୍ଦିରରୁ ଗତ ବୁଧବାର ମଧ୍ୟ ରାତ୍ରିରେ ଚୋରି ହୋଇଥିଲା । ମନ୍ଦିରର 1ନମ୍ବର ହୁଣ୍ଡିରୁ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ମନ୍ଦିରରେ ପଶି କଟର ମେସିନ ସହାୟତାରେ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରିଥିଲେ। ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ଗତକାଲି ମନ୍ଦିର ପ୍ରଶାସନ ପକ୍ଷରୁ ଚୋରି ହୋଇଥିବା ସିଂହଦ୍ଵାର ସମ୍ମୁଖର ହୁଣ୍ଡିକୁ ସମ୍ପୂର୍ଣ୍ଣ ଖୋଲାଯାଇ ଗଣତି କରାଯାଇଛି । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ହୁଣ୍ଡିରେ ଥିବା ଅର୍ଥକୁ ଗଣା ଯାଇଥିଲା । ଚୋରି ହୋଇଥିବା ହୁଣ୍ଡିରୁ ମୋଟ 16 ଲକ୍ଷ 81 ହାଜର 675 ଟଙ୍କା ମିଳିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି, ୩ ଅଟକ

ଅନ୍ୟପକ୍ଷରେ ଅଟକ ଥିବା ତିନି ଦୁର୍ବୃତ୍ତଙ୍କଠାରୁ ଜବତ ହୋଇଥିବା ଟଙ୍କାର ତଥ୍ୟ ଦେଇନାହିଁ ତିର୍ତ୍ତୋଲ ପୋଲିସ । ମନ୍ଦିରର ହୁଣ୍ଡି ଭଙ୍ଗା ଘଟଣାର 5 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏହି ଘଟଣା ଉପରୁ ପରଦା ଉଠାଇବାରେ ସମର୍ଥ ହୋଇପାରିନାହିଁ । ବର୍ତ୍ତମାନ ଶାରଳାଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁଥିବାରୁ ମନ୍ଦିରର ଚତୁପାର୍ଶ୍ୱ ର ପ୍ରାଚୀର ଭାଙ୍ଗି ଦିଆଯାଇଛି । ଚୋରି ପରେ ମନ୍ଦିରରେ ଦୁଇ ଜଣ ରାତ୍ର ଜଗୁଆଳି ନିଯୁକ୍ତ ହୋଇଛନ୍ତି । ସେହିପରି ମନ୍ଦିର ମଧ୍ୟରେ ଏକ ପୋଲିସ ଫାଣ୍ଡି ରହିଛି । ପୋଲିସ ଫାଣ୍ଡିରେ ମଧ୍ୟ ଜଣେ ପୋଲିସ କର୍ମଚାରୀ ରାତ୍ରୀ ଡିଉଟି ପାଇଁ ନିଯୁକ୍ତ ଅଛନ୍ତି । ମନ୍ଦିର ଚତୁଃପାର୍ଶ୍ୱରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯାଇଛି ।

ତେବେ ଏତେ ସବୁ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ବେ ମନ୍ଦିର ମଧ୍ୟରୁ କିପରି ଭାବରେ ଚୋର କଟର ମେସିନ ସହାୟତାରେ ହୁଣ୍ଡି କାଟି ଲୁଟ କଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାକୁ 5 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ନୀରବତା ଓ ଚୋରି ସମୟର ସିସିଟିଭି ଫୁଟେଜକୁ ମନ୍ଦିର ପ୍ରଶାସନ ସାର୍ବଜନୀନ ନକରିବା ସାଧାରଣ ଭକ୍ତମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.