ETV Bharat / state

ଦିନ ଦ୍ବିପ୍ରହରରେ ଘରେ ପଶି ମା’ ପୁଅଙ୍କୁ ଭୁଜାଲିରେ ଆକ୍ରମଣ - mother son duo injured in paradip

ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ଦିନ ଦ୍ବିପହରରେ ଘରେ ପଶି ଲୁଟ ଉଦ୍ୟମ । ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ନିକଟସ୍ଥ ଫୁଲବେଲାରୀ ଗାଁରେ। ଅଧିକ ପଢନ୍ତୁ...

ଘରେ ପଶି ଭୁଜାଲିରେ ଆକ୍ରମଣ, ମା ପୁଅ ଆହତ
ଘରେ ପଶି ଭୁଜାଲିରେ ଆକ୍ରମଣ, ମା ପୁଅ ଆହତ
author img

By

Published : Sep 6, 2021, 7:26 PM IST

ଜଗତସିଂହପୁର: ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ଦିନ ଦ୍ବିପହରରେ ଘରେ ପଶି ଲୁଟ୍ ଉଦ୍ୟମ। ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ନିକଟସ୍ଥ ଫୁଲବେଲାରୀ ଗାଁରେ । ଓମ୍ ପ୍ରକାଶ ଦାସ ନାମକ ବ୍ୟକ୍ତି ଅପରାହ୍ନ ସମୟରେ ନିଜ ମା’ଙ୍କ ସହିତ ଖାଉଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ଘରେ ପଶି ଓମ୍ ପ୍ରକାଶଙ୍କୁ ଆଲମିରା ଚାବି ମାଗିଥିଲେ।

ଘରେ ପଶି ଭୁଜାଲିରେ ଆକ୍ରମଣ, ମା ପୁଅ ଆହତ

ତେବେ ଓମପ୍ରକାଶ ବାରଣ କରିବାରୁ ଦୁର୍ବୃତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ। ଓମପ୍ରକାଶ କୌଣସି ବଳରେ ଘରୁ ଖସି ଆସି ବାହାରେ ବଡ଼ ପାଟିକରି ଲୋକଙ୍କୁ ଡାକିବାରୁ ବାହାରେ ୨ଟି ମୋଟର ସାଇକେଲରେ ଅପେକ୍ଷା କରିଥିବା ଆଉ ଦୁଇ ଜଣଙ୍କ ସହ ଦୁର୍ବୃତ୍ତ ଗ୍ୟାଙ୍ଗ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଓମପ୍ରକାଶ ଆହତ ହୋଇଥିବା ବେଳେ ପାରାଦୀପ ଲକ୍ ଥାନା ତଦନ୍ତ ଆରମ୍ଭ କରିଛି। ତେବେ ଦୀର୍ଘବର୍ଷ ହେବ ଶିକ୍ଷକ ଭାବେ ସେ କାର୍ଯ୍ୟ କରି ଆସୁଥିବା ବେଳେ ଏଭଳି ଘଟଣା କିଏ ଓ କାହିଁକି ଘଟାଇଲା ଏନେଇ ତଦନ୍ତ ହେଲେ ଜଣାପଡିବ ବୋଲି ଓମ୍ ପ୍ରକାଶ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.