ETV Bharat / state

ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଙ୍ଗଠନ ଆରମ୍ଭ କଲା ଲୋକ ସମ୍ପର୍କ ଯାତ୍ରା - ନବ ନିର୍ମାଣ କୃଷକ ସଂଗଠନ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜଗତସିଂହପୁରେ ଆରମ୍ଭ ହେଲା ଲୋକ ସମ୍ପର୍କ ଯାତ୍ରା । ଅଧିକ ପଢନ୍ତୁ

loka Sampark Yatra starts in in jagatsinghpur

author img

By

Published : Apr 24, 2023, 9:20 AM IST

loka Sampark Yatra starts in in jagatsinghpur

ଜଗତସିଂହପୁର: ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଲୋକ ସମ୍ପର୍କ ଅଭିଯାନ ଓ ସଚେତନ ସଭା ଅନୁଷ୍ଠିତ । ଏହା କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଚାଷୀଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । ଏଥିସହ ଗାଁରୁ ଚାଷୀ ମାନଙ୍କୁ ଯୋଡିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ଠାରୁ ଆସନ୍ତା ମେ 8 ତାରିଖ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ଚାଷୀ ମାନଙ୍କ ମଧ୍ୟରେ ଲୋକ ସମ୍ପର୍କ ଯାତ୍ରା ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ ଅକ୍ଷୟ କୁମାର ।

ସେ ଆହୁରି କହିଥିଲେ ଯେ,''ଦେଶ ସ୍ୱାଧୀନତା ପାଇବାର75 ବର୍ଷ ପୂରଣ ହୋଇଥିବା ବେଳେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର 87 ବର୍ଷ ପୂରଣ ହୋଇଛି । କିନ୍ତୁ ଆଜିବି ଦେଶ ଓ ରାଜ୍ୟରେ ଅନ୍ନଦାତା କୁହାଯାଉଥିବା ଚାଷୀ ଅବହେଳିତ ଅବସ୍ଥାରେ ରହିଛନ୍ତି । ରାଜ୍ୟରେ କମ୍ପାନୀ ଗୁଡିକରେ ନଯୁକ୍ତି ଦିଆଯାଉନଥିବାରୁ ଚାଷୀଟିଏ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ।''

''ସ୍ୱାଧୀନତା ପରେ ସବୁଦଳକୁ ଲୋକେ ଭୋଟ ଦେଇ ସାରିଲେଣି ହେଲେ ବିକାଶର କଥା କାହାକୁ ପଚାରିବା ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଶ ହେଉ କି ରାଜ୍ୟ ସବୁଠି ଅଵହେଳିତ ବର୍ଗ ହେଲେ କୃଷକ । ଦୀର୍ଘ12 ବର୍ଷ ହେଲା ନବ ନିର୍ମାଣ କୃଷକ ସଙ୍ଗଠନ ଚାଷୀ ମାନଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ କଥା ଉଠାଇଛି । ହେଲେ ସରକାର ଏଥି ପ୍ରତି ନିରବ ଦ୍ରଷ୍ଟା ସାଜିଛନ୍ତି । ଯେତେଥର ଭୁବନେଶ୍ୱରରେ କୃଷକ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି ଭୟଭୀତ ହୋଇ ଚାଷୀମାନଙ୍କୁ ଭୁବନେଶ୍ୱର ମଧ୍ୟକୁ ପ୍ରବେଶ କରାଇ ଦିଆଯାଇନାହିଁ । ଦିଲ୍ଲୀରେ କୃଷକ ମାନେ ଦେଢ ବର୍ଷରୁ ଅଧିକ ଦିନ ରାଜ ରାସ୍ତାରେ ବସି ରହିଲେ । ସେମାନଙ୍କ ମଧ୍ୟରୁ ସାତ ସହ ଚାଷୀଙ୍କ ମୃତ୍ୟୁ ହୋଇଥିଲେ ବି ସରକାର ଚାଷୀର ସର୍ବନିମ୍ନ ସହୟକ ମୂଲ୍ୟ ବା ଏମଏସପି ଲାଗୁ କରିପାରିଲେ ନାହିଁ । ଚାଷୀ ନିଜର ହକ ପାଇଁ ଲଢେଇ କରୁଛି, ଆଗାମୀ ଦିନରେ ଗ୍ରାମାଞ୍ଚଳରୁ ଏହାର ଅୟମାରମ୍ଭ ହେବ ବୋଲି ଚେତାବନୀ ଦେଇଥିଲେ’’ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ।

ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ରଶ୍ମି ରଞ୍ଜନ ସ୍ୱାଇଁ ଓ ଉମାକାନ୍ତ ଭାରତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଗତକାଲି(ରବିବାର) ଠାରୁ ଜିଲ୍ଲାରେ ଲୋକ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ମେ 8 ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.