ETV Bharat / state

ଶେଉଳ ମାଛ ପାଇଁ ପକାଇଥିଲେ ବନିଶୀ, କଣ୍ଟାରେ ଲାଗିଲା ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ - ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ ଉଦ୍ଧାର

ଜଗତସିଂହପୁରରେ ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ(Checkered KeelBack Snake)ଉଦ୍ଧାର । ଜଣେ ମାଛ ଧରାଳିଙ୍କ ବନିଶୀରେ ପଡିଥିବା ଏହି ବିରଳ ସାପକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ
ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ
author img

By

Published : Nov 13, 2022, 3:29 PM IST

ଭୁବନେଶ୍ବର: ଜଗତସିଂହପୁରରେ ବିରଳ ଲିୟୁସିଷ୍ଟିକ ଧଣ୍ଡ ସାପ(Checkered KeelBack Snake) ଉଦ୍ଧାର । ଜଣେ ମାଛ ଧରାଳିଙ୍କ ବନସୀରେ ପଡିଥିବା ଏହି ବିରଳ ସାପକୁ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ ପକ୍ଷରୁ ସାପକୁ ଉଦ୍ଧାର କରାଯାଇ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି ।

ବନସୀରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ମାଛ ଧରାଳି । ଆଶା କରି ବସିଥିଲେ ଶେଉଳ ମାଛ ପଡ଼ିବ । ହେଲେ ସକାଳୁ ଚିତ୍ର କିଛି ଅଲଗା ଥିଲା । ଶେଉଳ ମାଛ ପରିବର୍ତ୍ତେ ହଳଦିଆ ରଙ୍ଗର ସାପ ପଡିଥିଲା । ଏକ ହଳଦିଆ ରଙ୍ଗର ସାପ ବନିଶୀ କଣ୍ଟା ଗିଳି ଦେଇଛି । କଣ୍ଟା ଗିଳିଥିବା ଅବସ୍ଥାରେ ସାପକୁ ଉପରକୁ ଆଣି ସ୍ଥାନୀୟ ଜଣେ ଲୋକ କଣ୍ଟାକୁ ସାପ ପାଟିରୁ ବାହାର କରିଦେଲେ । ହେଲେ ହଳଦିଆ ରଙ୍ଗର ସେଇ ସାପଟିକୁ କେହି ବି ଚିହ୍ନି ପାରିନଥିଲେ । ନିରୁପାୟ ହୋଇ ଖୋକନ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ କିଛି ଫଟୋ ପଠେଇ ସାପଟିକୁ ଚିହ୍ନିବା ପାଇଁ ଅନୁରୋଧ କରିଥିଲେ ।

ଲିୟୁସିଷ୍ଟିକ ଧଣ୍ଡ ସାପ

ଧଣ୍ଡ ସାପ ହୋଇପାରେ କିନ୍ତୁ କେଉଁ ରଙ୍ଗର ମ୍ୟୁଟେସନ ତାହା ଜାଣିବା ପାଇଁ ସାପକୁ ଟିକେ ଭଲ ଭାବରେ ଦେଖିବାକୁ ଶୁଭେନ୍ଦୁ କହିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ କୁନ୍ଦନ ପାଶ୍ୱାନଙ୍କ ସହିତ ଶୁଭେନ୍ଦୁ ଜଗତସିଂହପୁର ବିରିଡି ଯାଇ ସାପଟିକୁ ପରୀକ୍ଷା କରିଥିଲେ । ସାପଟି ପ୍ରକୃତରେ ଏକ ଧଣ୍ଡ ସାପ ହିଁ ଥିଲା । ତେବେ, ସାଧାରଣ ଧଣ୍ଡ ସାପର ଶରୀରରେ କଳା, ଧଳା, ମାଟିଆ, ହଳଦିଆ ଆଦି ରଙ୍ଗର ଚେକ୍ ଚେକ୍ ପାର୍ଟନ ହୋଇଥିବାବେଳେ ଏଇ ବିରଳ ଧଣ୍ଡ ସାପଟିର ଦେହରେ ଚେକ୍ ପାର୍ଟନ ଆଦୌ ନଥିଲା । ଜଗତସିଂହପୁରରୁ ଉଦ୍ଧାର ହୋଇଥିବା ବିରଳ ଧଣ୍ଡ ସାପ ଦେହରେ କୌଣସି ଗାଢ଼ କଳା, ମାଟିଆ, ସବୁଜ ଆଦି ରଙ୍ଗର ଚିହ୍ନ ବର୍ଣ୍ଣ ନଥିଲା ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି,"ଧଣ୍ଡ ସାପଙ୍କୁ ଚିହ୍ନିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ସାପ ଆଖି ପାଖରେ ଦୁଇଟି ସ୍ପଷ୍ଟ କଳା ଗାର ପଡ଼ିଥାଏ । ଗୋଟିଏ କଳା ଗାର ଆଖି ତଳକୁ ପଡ଼ିଥିବାବେଳେ ଅନ୍ୟ ଏକ କଳା ଗାର ଆଖି ପଛରୁ ଆରମ୍ଭ ହୋଇ ପାଟି କୋଣ ଆଡ଼କୁ ଲମ୍ବିଥାଏ । ସବୁ ଧଣ୍ଡ (Checkered KeelBack) ସାପଙ୍କୁ ଚିହ୍ନିବା ପାଇଁ ଏଇ କଳା ଗାର ଦୁଇଟି ସହାୟକ ହୋଇଥାଏ । ତେବେ ଜଗତସିଂହପୁରରେ ଠାବ ହୋଇଥିବା ବିରଳ ଧଣ୍ଡ ସାପ ଶରୀରରେ ସେଇ ସ୍ପଷ୍ଟ କଳା ଗାର ଦୁଇଟି ବଦଳରେ ଦୁଇଟି ଅସ୍ପଷ୍ଟ କଳା ବା ମାଟିଆ ରଙ୍ଗର ଗାର ପଡ଼ିଛି ।

ତେବେ ଧଣ୍ଡ ସାପ ଶରୀରରେ କାତି ଗୁଡ଼ିକ ଖଦଡିଆ ହୋଇଥାଏ । ହାତରେ ଛୁଇଁଲେ କଠିନ ପୃଷ୍ଠ ଭଳି ଅନୁଭବ ହୋଇଥାଏ । ଖାସ କରି ପିଠିରେ ଥିବା କାତି ଗୁଡ଼ିକୁ ଛୁଇଁଲେ ଏଇ ଖଦଡିଆ କଠିନ ପୃଷ୍ଟ ଅଧିକ ମାତ୍ରାରେ ଜଣା ପଡ଼ିଥାଏ । ଖାସ ସେଥିପାଇଁ ସବୁ ଧଣ୍ଡ ସାପ ମାନଙ୍କ ଇଂରାଜୀ ନାମରେ KeelBack ଶବ୍ଦ ଯୋଡା ହୋଇଥାଏ ।"

ସେ ଆହୁରି ମଧ୍ୟ କହିଛନ୍ତି,"ସାପଟିର ଶରୀର ହଳଦିଆ ରଙ୍ଗର ହେବା ଦୁଇଟି କାରଣ ଯୋଗୁଁ ହୋଇଥାଏ । ଗୋଟିଏ ହେଲା ଆଲବିନିଜିମ (Albinism) ଏବଂ ଅନ୍ୟଟି ଲିୟୁସିଜିମ (Leucism)। ଶରୀରରେ ମେଲାନିନ କଣିକାର ଅଭାବ ହେତୁ ସାଧାରଣ ରଙ୍ଗରେ ପରିବର୍ତ୍ତନ ହୋଇ ପ୍ରାଣୀ ଆଲବିନୋ କିମ୍ବା ଲିୟୁସିଷ୍ଟିକ ହୋଇଥାନ୍ତି । ତେବେ ଆଲବିନୋ ସାପ ହୋଇଥିଲେ ଏହି ବିରଳ ସାପର ଆଖି ମଧ୍ୟ ଗୋଲାପୀ ରଙ୍ଗର ହୋଇଥାନ୍ତା । କିନ୍ତୁ, ସାଧାରଣ ରଙ୍ଗର ଆଖି ହୋଇଥିବାରୁ ଜଗତସିଂହପୁର ଜିଲ୍ଲାରେ ବନିଶୀ କଣ୍ଟାରେ ପଡ଼ିଥିବା ଏହି ବିରଳ ହଳଦିଆ ରଙ୍ଗର ସାପଟି ଏକ ଲିୟୁସିଷ୍ଟିକ ଧଣ୍ଡ ସାପ ଅଟେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.