ଜଗତସିଂହପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଆଇନ ସେବା ଦିବସ ପାଳନ କରାଯାଇଛି। ପ୍ରାଧିକରଣ ସଚିବ କମଳା କାନ୍ତ ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
1986 ମସିହାରେ କେନ୍ଦ୍ର ସରକାର ଆଇନ ସେବା ପ୍ରାଧିକରଣ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା 1995 ରେ କାର୍ଯ୍ୟକାରୀ କରାଯାଇଥିଲା। ଏହା ଦେଶର ଗରିବ ନିଷ୍ପେସିତ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହେଉଥିବା ସଚିବ କମଳା କାନ୍ତ ନାୟକ କହିଥିଲେ। କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ