ETV Bharat / state

ପର କଲେ ଦୁଇପୁଅ, ଜରାଶ୍ରମରେ ବିତୁଛି ହାସ୍ୟ ଅଭିନେତାଙ୍କ ଜୀବନ - ହାସ୍ୟ ଅଭିନେତା ଭଦ୍ରମଣୀ ବିଶ୍ୱାଳ

ଦିନେ ଯାତ୍ରା ଜଗତରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ । ଆଜି ପରିସ୍ଥିତି ବଦଳିଯାଇଛି । ସେହି ଲୋକପ୍ରିୟ ବ୍ୟକ୍ତିଙ୍କ ଠିକଣା ପାଲଟିଛି ଜରାଶ୍ରମ । ପାରିବାରିକ ସମସ୍ୟା ଦେଖା ଦେଇଥିବାରୁ ସୁପରିଚିତ ହାସ୍ୟ ଅଭିନେତା ଭଦ୍ରମଣୀ ବିଶ୍ୱାଳ ଜରାଶ୍ରମରେ ଜୀବନ ବିତାଉଛନ୍ତି । ଅଧିକ ପଢ଼ନ୍ତୁ

ପର କଲେ ଦୁଇପୁଅ, ଜରାଶ୍ରମରେ ବିତୁଛି ହାସ୍ୟ ଅଭିନେତାଙ୍କ ଜୀବନ

author img

By

Published : Oct 31, 2022, 12:50 PM IST

Updated : Oct 31, 2022, 10:08 PM IST

ଜଗତସିଂହପୁର: ମଣିଷ ପରିସ୍ଥିତିର ଦାସ । କେତେବେଳେ ଯେ ମଣିଷ ଭାଗ୍ୟରେ କଣ ଘଟିବ ତାହା କେବଳ ବିଧାତାକୁ ଜଣା । ଏଭଳି କିଛି ଘଟଣା ଘଟିଛି ଲୋକପ୍ରିୟ ହାସ୍ୟ ଅଭିନେତା ଭଦ୍ରମଣି ବିଶ୍ବାଳଙ୍କ କ୍ଷେତ୍ରରେ । ସମୟ ଥିଲା ଯାତ୍ରା ଜଗତରେ ଦର୍ଶକଙ୍କୁ ହସାଇ ବେଦମ କରୁଥିଲେ । କିନ୍ତୁ ସମୟ ବଦଳିଯାଇଛି । ଯାତ୍ରା ଜଗତର ସୁପରିଚିତ ହାସ୍ୟ ଅଭିନେତା ତଥା ଓଡ଼ିଶାର ଘରେ ଘରେ ରସରାଜ ଭାବେ ପରିଚିତ ଭଦ୍ରମଣୀ ବିଶ୍ୱାଳଙ୍କ ଜୀବନ ଏବେ ଜରାଶ୍ରମରେ ବିତୁଛି ।

ପର କଲେ ଦୁଇପୁଅ, ଜରାଶ୍ରମରେ ବିତୁଛି ହାସ୍ୟ ଅଭିନେତାଙ୍କ ଜୀବନ

ଭଦ୍ରମଣୀ ଏବେ ପାରାଦୀପ ଗଡ଼ରେ ଥିବା ରତ୍ନମଣି ଜରାଶ୍ରମରେ ରହୁଥିବା ଦେଖିବାକୁ ମିଳିଛି । ଏନେଇ ମଣିଭଦ୍ର କହିଛନ୍ତି," ମୁଁ ଏଠାକୁ ବୁଲିବାକୁ ଆସିଛି । ଘର କୌଣସି ମନୋମାଳିନ୍ୟ ହୋଇନାହିଁ । ଏଠାରେ ମୁଁ ଭଲରେ ଅଛି।" ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ଓଳିଆ ପାଟଣା ଗ୍ରାମରେ ମଣିଭଦ୍ର ବିଶ୍ୱାଳଙ୍କ ଘର । 1961 ମସିହାରେ ସେ ମାଟ୍ରିକ ପାସ କରିବା ପରେ ଶିକ୍ଷକତା ଆରମ୍ଭ କରିଥିଲେ । ନ ବର୍ଷ ଶିକ୍ଷକତା ପରେ ସେ ଯାତ୍ରା ଜଗତରେ ପାଦ ଦେଇଥିଲେ । ପ୍ରଥମେ ଶ୍ରୀ ମା’, ଅପେରା, ସାତସଙ୍ଖ ଅପେରା, ଜନତା ଗଣନାଟ୍ୟ, ତୁଳସୀ ଗଣନାଟ୍ୟ, ବାଘା ଯତୀନ, ଇଷ୍ଟନ ରେଡ଼, ବିଶ୍ୱ ଦରବାର ଆଦି ଯାତ୍ରା ପାର୍ଟିରେ ନିଖୁଣ ଅଭିନୟ କରି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । ଶିବାନୀ ଗଣନାଟ୍ୟର ଲୋକପ୍ରିୟ ନାଟକ 'ମୋ ପେଁ କାଳି ବଜେଇ ଦେ'ରେ ମଣିଭଦ୍ରଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା।

ଏହା ମଧ୍ୟ ପଢ଼ନ୍ତୁ: ପରିଣତ ବୟସରେ ପର କଲେ ପିଲା, ଜରାଶ୍ରମରେ ବିତୁଛି ଜୀବନ

48 ବର୍ଷର ଅଭିନୟ ପରେ ମଣିଭଦ୍ର 2018 ମସିହାରେ ଅବସର ନେଇ ଘରେ ରହୁଥିଲେ । ଯାତ୍ରାରୁ ବାର୍ଷିକ 11 ଲକ୍ଷ ଟଙ୍କା ରୋଜଗାର କରୁଥିବା ମଣିଭଦ୍ର ଅବସର ପରେ ଜୀବନର ସମସ୍ତ ପୁଞ୍ଜିକୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ପାରିବାରିକ ଜୀବନ ସୁଖରେ ନ ବିତିବାରୁ ସେ ଘରଛାଡି ଜଗତସିଂହପୁର ଚାଲିଆସିଥିବା ଦେଖିବାକୁ ମିଳିଛି । 5 ଦିନ ହେବ ପାରାଦୀପ ଗଡ଼ର ଜରାଶ୍ରମରେ ରହୁଥିବା ଜଣାପଡ଼ିଛି । ଅନ୍ୟପଟେ ରତ୍ନମଣି ଜରାଶ୍ରମର ସଭାପତି କହିଛନ୍ତି," ପାରିବାରିକ ସମସ୍ୟା ଥିବାରୁ ଭଦ୍ରମଣି ବିଶ୍ବାଳ ଏଠାକୁ ଆସିଛନ୍ତି । ବାପାଙ୍କୁ ରଖିବା ନେଇ ଦୁଇ ପୁଅଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେବାରୁ ସେ ଆମ ଯୋଗାଯୋଗ କରି ଏଠାକୁ ଆସିଛନ୍ତି ।"

ଇଟିଭି ଭାରତ, ଜଗତସିଂହପୁର

Last Updated : Oct 31, 2022, 10:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.