ETV Bharat / state

ପୈତୃକ ଗାଁରେ ପହଞ୍ଚିଲା ଯାଜପୁରରୁ ଉଦ୍ଧାର ହୋଇଥିବା ଯବାନଙ୍କ ମୃତଦେହ - ଯବାନ ସୂର୍ଯ୍ୟକାନ୍ତ କୁଅଁର

ପୈତୃକ ଗାଁ ଜଗତସିଂହପୁରରେ ପହଞ୍ଚିଲା ଯାଜପୁରରୁ ଉଦ୍ଧାର ହୋଇଥିବା ଯବାନ ସୂର୍ଯ୍ୟକାନ୍ତ କୁଅଁରଙ୍କ ମୃତଦେହ । ଗ୍ରାମରେ ପ୍ରବେଶ କରିବା ପାଇଁ ପତ୍ନୀଙ୍କୁ ବିରୋଧ । ଅଧିକ ପଢନ୍ତୁ

jawan suryakant kuanra
jawan suryakant kuanra
author img

By

Published : Apr 21, 2023, 11:29 AM IST

ଜଗତସିଂହପୁର: ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ଯବାନ ସୂର୍ଯ୍ୟକାନ୍ତ କୁଅଁରଙ୍କ ଯାଜପୁରରୁ ମୃତଦେହ ଉଦ୍ଧାର ଘଟଣା । ଗତକାଲି(ଗୁରୁବାର) ସନ୍ଧ୍ୟାରେ ନିଜ ପୈତୃକ ଗ୍ରାମରେ ପହଞ୍ଚିଲା ମୃତଦେହ । ତେବେ ସୂର୍ଯ୍ୟକାନ୍ତଙ୍କ ଅକାଳ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବା ବେଳେ ମୃତଦେହ ପହଞ୍ଚିଥିଲା ପରେ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଯବାନ ସୂର୍ଯ୍ୟକାନ୍ତଙ୍କ ମୃତଦେହ ସହିତ ତାଙ୍କ ପତ୍ନୀ ଆସିଥିବା ବେଳେ ପରିବାର ଲୋକେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇନଥିଲେ । ଫଳରେ ଗାଁରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ସୂର୍ଯ୍ୟକାନ୍ତ କଁଅର ଭାରତୀୟ ସେନା ବାହିନୀରେ ଯବାନ ଭାବେ କାର୍ଯ୍ୟ କରୁଥିଲେ । ସେ ବିବାହ କରିବା ପରେ ପରିବାର ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା । ସ୍ତ୍ରୀକୁ ନେଇ ସେ ପରିବାର ଠାରୁ ଅଲଗା ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ୫ଦିନ ପରେ ନିଖୋଜ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଯାଜପୁରରୁ ମିଳିଥିଲା ବାଇକ୍, ଘର ଜଗତସିଂହପୁର

ଗତ 15 ତାରିଖ ଦିନ ତାଙ୍କର ବାଇକଟି ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନ ମଣ୍ଡଳ ନିକଟରୁ ପାଇଥିଲା ପୋଲିସ । ହେଲେ ଯବାନ ସୂର୍ଯ୍ୟକାନ୍ତଙ୍କର କୌଣସି ପତ୍ତା ମିଳିପାରି ନଥିଲା । ଅଭିଯୋଗ ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଚଣା ପୋଲିସ ଗତକାଲି ଡ୍ରୋନ କ୍ୟାମେରା ସାହାଯ୍ୟରେ ବହୁ ଖୋଜାଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳିନଥିଲା । ପରେ ଯାଜପୁର ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇ ପାହାଡ଼ ଉପରେ ଖୋଜାଖୋଜି କରିବା ପରେ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପରେ ମୃତଦେହକୁ ଯାଜପୁର ପୋଲିସ ବ୍ୟବଚ୍ଛେଦ ପରେ ଜଗତସିଂହପୁର ଏରସମା ଥାନା ସୋମପୁରର ପୈତୃକ ଗ୍ରାମକୁ ପଠାଇ ଦେଇଛି ।

ଗୁରୁବାର ସନ୍ଧ୍ୟାରେ ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ପରିବାର ଲୋକେ ମୃତ ସୂର୍ଯ୍ୟକାନ୍ତଙ୍କ ପତ୍ନୀଙ୍କୁ ବିରୋଧ କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିବା ଦେଖିବାକୁ ମିଳିଛି । ତେବେ ସୂର୍ଯ୍ୟକାନ୍ତ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । କଣ ପାଇଁ ସୂର୍ଯ୍ୟକାନ୍ତ ଆତ୍ମହତ୍ୟା କଲେ ନାଁ ତାଙ୍କୁ କିଏ ହତ୍ୟାକରି ଗଛରେ ଟାଙ୍ଗି ଦେଇଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ସତ ପଦାକୁ ଆସିବ ବୋଲି କହିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.