ETV Bharat / state

ଜିଲ୍ଲାପାଳଙ୍କ ଅଫିସ ପରିସରରେ ଜଗତସିଂହପୁର ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପବାସ ସହ ଧାରଣା । ପ୍ରସାଶନ ପକ୍ଷରୁ ଗତ ମାର୍ଚ୍ଚ ମାସଠାରୁ ଖରିଫ ଧାନ ସଂଗ୍ରହ କାରାଯାଉ ନାହିଁ ବୋଲି ଅଭିଯୋଗ କରିଛି ସଙ୍ଗଠନ । ଅଧିକ ପଢନ୍ତୁ...

ଜିଲ୍ଲାପାଳ ଅଫିସ ପରିସରରେ ଜଗତସିଂହପୁର ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

author img

By

Published : Jun 8, 2020, 5:38 PM IST

ଜଗତସିଂହପୁର: ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପବାସ ରଖାଯାଇ ଧାରଣା ଦିଆଯାଇଛି । ସଙ୍ଗଠନର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ୧୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି । ପ୍ରସାଶନ ପକ୍ଷରୁ ଗତ ମାର୍ଚ୍ଚ ମାସ ଠାରୁ ଖରିଫ ଧାନ ସଂଗ୍ରହ କାରାଯାଉ ନାହିଁ ବୋଲି ଅଭିଯୋଗ କରିଛି ସଙ୍ଗଠନ ।

ଜିଲ୍ଲାପାଳ ଅଫିସ ପରିସରରେ ଜଗତସିଂହପୁର ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା

ଜିଲ୍ଲାର ମଣ୍ଡିରେ ଧାନ ପଡି ରହି ଖତ ହେବାକୁ ବସିଲାଣି । ଅନ୍ୟ ପକ୍ଷରେ କୋରୋନାକୁ ନେଇ ଓମଫେଡ ଦୁଗ୍ଧ ସଂଗ୍ରହ କରୁନଥିବାରୁ ଚାଷୀମାନେ ସଙ୍କଟରେ ପଡିଛନ୍ତି । ଦୁଗ୍ଧଜାତ ଦ୍ରବ୍ୟ ଅଭାବୀ ବିକ୍ରି ହେଉଛି । ଏଥିପ୍ରତି ଦୃଷ୍ଟି ଦେଇ ସରକାର ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ମାସିକ ୫ ହଜାର ଟଙ୍କା ଭତ୍ତା ଦେବାକୁ ସଙ୍ଗଠନ ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.