ETV Bharat / state

ଜଗତସିଂହପୁର ପୌରାଞ୍ଚଳ ପାଲଟିଛି ରୋଗ ବ୍ୟାଧିର ଗନ୍ତାଘର

author img

By

Published : Aug 27, 2019, 6:14 AM IST

ଜଗତସିଂହପୁର ପୌରାଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର 10ନଂ ବସ୍ତି ଅଞ୍ଚଳରେ 3 ମାସ ହେବ ଆବର୍ଜନା ସଫା ନହୋଇ ପଡି ରହିଛି।

ଫଟୋ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜଗତସିଂହପୁର ପୌରାଞ୍ଚଳରେ କୁଢ଼କୁଢ଼ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଛି । ଯାହା ଦିର୍ଘଦିନ ଧରି ପଡିରହି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରିବା ସହ ଅନେକ ରୋଗ ବ୍ୟାଧିର ଗନ୍ତାଘର ପାଲଟିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଜଗତସିଂହପୁର

ବିଶେଷକରି ପୌର ପ୍ରଶାସନ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଜଗତସିଂହପୁର 10ନଂ ବସ୍ତି ଅଞ୍ଚଳରେ 3 ମାସ ହେବ ଆବର୍ଜନା ସଫା ନହୋଇ ପଡି ରହିଛି। ଯାହା ଟିକେ ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍ଗିନ ହୋଇ ଯାଉଛି। ବର୍ଷା ଯୋଗୁଁ ସହରର ଆବର୍ଜନା ପାଣି ଏହି ବସ୍ତି ଭିତରେ ପ୍ରବେଶ କରୁଛି।

ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଜର ଝାଡା ବାନ୍ତି ଆଦି ରୋଗର ଶିକାର ହେଉଛନ୍ତି। ଏସମ୍ପର୍କରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପୌରପରିଷଦରେ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆମେ ସବୁଦିନ ସଫେଇ କାର୍ଯ୍ୟ ସମ୍ପାଦନ କରିବା ସମ୍ଭବ ହେଉନାହିଁ ବୋଲି ସେ ଦେଇଛନ୍ତି ।

ତେବେ ପ୍ରତିଦିନ ସଫେଇ କାର୍ଯ୍ୟ ସମ୍ଭବପର ହେଉ ନଥିଲେ ବି ଦୁଇ ଦିନରେ ଥରେ ସଫେଇ କାର୍ଯ୍ୟ କରାଯାଉଛି। ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ଜଗତସିଂହପୁର ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ପୌରାଞ୍ଚଳ ରେ ସ୍ଵଛଭାରତ ଅଭିଯାନ ଫେଲ ମାରିଛି। କୁଢ଼ କୁଢ଼ ଆବର୍ଜନା ପଡି ରହିଥିବା ବେଳେ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ବିଶେଷ କରି ପୌର ପ୍ରଶାସନ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା 10ନ ବସ୍ତି ଅଞ୍ଚଳ ରେ 3 ମାସ ହେବ ଆବର୍ଜନା ସଫା ନ ହୋଇ ପଡି ରହିଥିବା ଦେଖିବାକୁ ମିଳିଛି। ବର୍ଷା ହୋଇଗଲେ ପରିସ୍ଥିତି ଆହୁରି ସଙ୍ଗିନୀ ହୋଇ ଯାଉଛି। ବର୍ଷା ଯୋଗୁଁ ସହର ର ଆବର୍ଜନା ପାଣି ଏହି ବସ୍ତି ଭିତରେ ପ୍ରବେଶ କରୁଛି।ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ଜର ଝାଡା ବାନ୍ତି ଆଦି ରୋଗର ଶିକାର ହେଉଛନ୍ତି।ଏସମ୍ପର୍କ ରେ ଆମେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଙ୍କୁ ପଚାରିବାରୁସେ କହିଛନ୍ତି ଯେ ପୌରପରିଷଦ ରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆମେ ସବୁଦିନ ସଫେଇ କାର୍ଯ୍ୟ ସମ୍ପାଦନ କରିବା ସମ୍ଭବ ହେଉନାହିଁ। 2ଦିନ ରେ ଥରେ ସଫେଇ କାର୍ଯ୍ୟ କରାଯାଉଛି।ଯଦି ମୁସଲମାନ ସାହି ରେ ଆବର୍ଜନା ପଡି ରହିଛି ତେବେ ଖୁବ ଶୀଘ୍ର ତାହା ସଫେଇ କରାଯିବ ବୋଲି କହିଛନ୍ତି।

Body:byt_ବଳଦେବ ବେହେରା_ ପୌର କାର୍ଯ୍ୟନିର୍ବାହୀ _ଜଗତସିଂହପୁର
byt_ଶେଖ ହାବିଦ_ସ୍ତାନିୟ ବାସିନ୍ଦା

Conclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.