ETV Bharat / state

ସରକାର ଆମ ଜୀବନ ଜୀବିକା ବୁଡାଉଛନ୍ତି: ସାଉଣ୍ଡ ମାଲିକ ସଙ୍ଘ - ଟେଣ୍ଡ ଓ ସାଉଣ୍ଡ ମାଲିକ ସଂଘ

Light & Sound Association Press Meet: ଡିଜେ ସାଉଣ୍ଡକୁ ବ୍ୟାନ କରାଯାଇଛି ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ହେଲେ ବାହାଘର, ବ୍ରତ ଘର ଏବଂ ପୂଜା ଭସାଣ ପାଇଁ ସାଉଣ୍ଡକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଉନଥିବା ଅଭିଯୋଗ । ଉଚ୍ଚ ଶବ୍ଦ ପାଇଁ ଏକ ନିୟମ ଆଣିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ସରକାର ବୁଡାଉଛନ୍ତି ଜୀବନ ଜୀବିକା: ସାଉଣ୍ଡ୍ ମାଲିକ ସଙ୍ଘ

author img

By ETV Bharat Odisha Team

Published : Jan 14, 2024, 8:59 AM IST

ସରକାର ବୁଡାଉଛନ୍ତି ଜୀବନ ଜୀବିକା: ସାଉଣ୍ଡ୍ ମାଲିକ ସଙ୍ଘ

ଜଗତସିଂହପୁର: ଜିଲ୍ଲା ଟେଣ୍ଡ ଓ ସାଉଣ୍ଡ ମାଲିକ ସଂଘ ବୈଠକ । ସରକାର ଆମର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରୁଛନ୍ତି । ସମଗ୍ର ଜଗତସିଂହପୁର ଜିଲ୍ଲାରେ ମୋଟ 10 ହଜାରରୁ ଅଧିକ ସାଉଣ୍ଡ ସଂସ୍ଥା ଥିବାବେଳେ 60 ହାଜରରୁ ଅଧିକ ଲୋକେ ଏଥିରେ ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ସେମାନଙ୍କ ଜୀବିକା ନିର୍ବାହରେ ବାଧକ ସାଜିଛନ୍ତି ସରକାର ଓ ପ୍ରଶାସନ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିଛି ଜଗତସିଂହପୁର ଜିଲ୍ଲା ଟେଣ୍ଡ ଓ ସାଉଣ୍ଡ ମାଲିକ ସଂଘ ।

ସଙ୍ଘର ସଭାପତି ଶିଶିର କୁମାର ଦାଶ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜେ ସାଉଣ୍ଡକୁ ବ୍ୟାନ କରାଯାଇଛି । ତେବେ ଏହା ସ୍ୱାଗତଯୋଗ୍ୟ, କିନ୍ତୁ ସାଧାରଣତଃ ବାହାଘର, ବ୍ରତ ଘର, ପୂଜା ଭସାଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଥିବା ସାଉଣ୍ଡ୍‌କୁ ଜିଲ୍ଲା ପ୍ରଶାସନ ଅନୁମତି ଦେଉନାହିଁ । ବାହାଘର ଶୋଭାଯାତ୍ରା ପାଇଁ ଯଦି ଜଣେ ବ୍ୟକ୍ତି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅନୁମତି ପାଇଁ ଯାଉଛି, ତାହାଲେ ସେଥିରେ ଲେଖାଯାଉଛି ନୋ ଡିଜେ । ସେହି ନିୟମକୁ ମାନି ଯଦି ଜଣେ ସାଉଣ୍ଡ୍ ଅପରେଟ ସାଧା ବକ୍ସ ବ୍ୟବହାର କରୁଛି । ତାହାଲେ ତାକୁ ମଧ୍ୟ ସ୍ଥାନୀୟ ପୋଲିସ ଜବତ କରୁଛି ଓ ଫାଇନ ବାବଦରେ ହଜାର ହଜାର ଟଙ୍କା ଜରିମାନା ପକାଯାଉଛି ।
ଯାହାଫଳରେ ଋଣ କରି ସାଉଣ୍ଡ ଲାଇଟ ବ୍ୟବସାୟ କରୁଥିବା ମାଲିକଟି କ୍ଷତି ସହୁଛି । ସେଠାରେ କାମ କରି ପରିବାର ପୋଷୁଥିବା ବ୍ୟକ୍ତିଟି ମଧ୍ୟ ଜୀବିକା ହରାଉଛି । 50 ଡେସିବିଲ ମଧ୍ୟରେ ସାଉଁଟ ବଜାଇବାକୁ ପ୍ରଶାସନ ଅନୁମତି ଦେଉଛି । କିନ୍ତୁ ଅନେକ ସ୍ଥାନରେ ଶବ୍ଦ ମାପିବା ଯନ୍ତ୍ରରେ ଶବ୍ଦ ନ ମାପି ପୋଲିସ ସାଉଣ୍ଡ୍ ସେଟକୁ ଜବତ କରୁଛି । ଯାହା ଠିକ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଜୀବନ ଘାତକ ହେଉଛି ଗୁଡି ସୂତା, ବିକ୍ରି ବନ୍ଦ ପାଇଁ ଟିମ ଗଠନ‌‌ କଲା କମିଶନରେଟ ପୋଲିସ

ପ୍ରଶାସନର ଏହିଭଳି କାର୍ଯ୍ୟାନୁଷ୍ଠାନ ଫଳରେ ଅନେକ ସାଉଣ୍ଟ ମାଲିକ ସେମାନଙ୍କ ସଂସ୍ଥା ବନ୍ଦ କରିଦେଲେଣି । ବାରମ୍ବାର ସାଉଣ୍ଡକୁ ଜବତ କରାଯାଉଥିବାରୁ ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଜିଲ୍ଲା ଟେଣ୍ଡ ସାଉଣ୍ଡ୍ ଓ ଲାଇଟ ମାଲିକ ସଙ୍ଘ ଏହାକୁ ନେଇ ଆପତ୍ତି ଉଠାଇବା ସହିତ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ସରକାର ସାଉଣ୍ଡ ପାଇଁ ଏକ ନିୟମ ଆଣିବା ସହ ପ୍ରତ୍ୟେକ ଥାନାରେ ଶବ୍ଦମାପ ଯନ୍ତ୍ର ରଖିବା ପାଇଁ ଦାବି କରିଛି । ଏହାସହ ଅଧିକ ଉଚ୍ଚ ସ୍ୱରରେ ସାଉଣ୍ଡ୍ ବଜାଉଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କିନ୍ତୁ ଡିଜେ ନାଁରେ ସାଧା ସାଉଣ୍ଡକୁ ଜବତ ନ କରାଯାଉ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.