ETV Bharat / state

JSW Project: ଗୋବିନ୍ଦପୁରରେ ୫୫ଟି ପାନ ବରଜ ଅଧିଗ୍ରହଣ - ଜଗତସିଂହପୁର ଜିଲ୍ଲା ପ୍ରଶାସନ

ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ JSW ପ୍ରକଳ୍ପ ଗୋବିନ୍ଦପୁର ଅଞ୍ଚଳରେ ଆଜି(ସୋମବାର) 55ଟି ପାନ ବରଜ ମାପଚୁପ ଆରମ୍ଭ କରାଯାଇଛି । ଗୋବିନ୍ଦପୁର ଅଞ୍ଚଳର ଗ୍ରାମବାସୀ ପ୍ରକଳ୍ପକୁ ସମର୍ଥନ କରି ସ୍ବଇଚ୍ଛାରେ ଜିଲ୍ଲା ପ୍ରଶାସନକୁ ପାନ ବରଜ ହସ୍ତାନ୍ତର କରୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ

jsw project: people of Gobindapur Voluntarily Handover their pan baraj to district administration
JSW Project: ଗୋବିନ୍ଦପୁରରେ ୫୫ଟି ପାନ ବରଜ ଅଧିଗ୍ରହଣ
author img

By

Published : Dec 27, 2021, 9:11 PM IST

ଗୋବିନ୍ଦପୁର(ଜଗତସିଂହପୁର): ଏରସମା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ JSW ପ୍ରକଳ୍ପ ଗୋବିନ୍ଦପୁର ଅଞ୍ଚଳରେ ଆଜି(ସୋମବାର) 55ଟି ପାନ ବରଜ ମାପଚୁପ ଆରମ୍ଭ କରାଯାଇଛି । ଗୋବିନ୍ଦପୁର ଅଞ୍ଚଳର ଗ୍ରାମବାସୀ ପ୍ରକଳ୍ପକୁ ସମର୍ଥନ କରି ସ୍ବଇଚ୍ଛାରେ ଜିଲ୍ଲା ପ୍ରଶାସନକୁ ପାନ ବରଜ ହସ୍ତାନ୍ତର କରୁଥିବା ଦେଖାଯାଇଛି ।

ସୋମବାର ସନ୍ଧ୍ୟା ସୁଦ୍ଧା 7ଟି ପାନ ବରଜ ଭଙ୍ଗା ଯାଇଥିବାବେଳେ ଶହେରୁ ଅଧିକ ଚାଷୀ ସେମାନଙ୍କ ବରଜକୁ ହସ୍ତାନ୍ତର କରିବାକୁ ପ୍ରଶାସନକୁ କହିଛନ୍ତି। ଯାହାକୁ ନେଇ ଶିଳ୍ପ ପ୍ରତିଷ୍ଠା ପାଇଁ ବାଟ ସୁଗମ ହୋଇଛି । କମ୍ପାନୀ ବରଜ ଡ଼ିସିମିଲ ପିଛା 17 ହଜାର500 ଦେବାକୁ ଘୋଷଣା କରିବା ପରେ ଚାଷୀମାନେ ସେମାନଙ୍କ ବରଜ ହସ୍ତାନ୍ତର କରିବା ଦେଖିବାକୁ ମିଳୁଛି ।

ଏହାମଧ୍ୟ ପଢନ୍ତୁ: JSW ପ୍ରକଳ୍ପ ସ୍ଥାନରେ ନୂଆ ସମୀକରଣ: ଢିଙ୍କିଆବାସୀଙ୍କ ବିରୋଧ, ସମର୍ଥନରେ ଗୋବିନ୍ଦପୁର

ତେବେ ଢ଼ିଙ୍କିଆ ଅଞ୍ଚଳରେ ବିରୋଧୀ ପୂର୍ବ ଭଳି ବିରୋଧ ଜାରି ରଖିଛନ୍ତି । ଧାନ ପାନ ଓ ମୀନକୁ ନେଇ ଏହି ଅଞ୍ଚଳ ପରିଚିତ ଥିବା ବେଳେ କୋରୋନା ପ୍ରଭାବରେ ପାନ ବ୍ୟବସାୟ ହ୍ରାସ ପାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ପାନ ବରଜ କମ୍ପାନୀ ହାତକୁ ଟେକି ଦେଉଛନ୍ତି । କମ୍ପାନୀରେ ନିଯୁକ୍ତି ଓ କ୍ଷତିପୂରଣ ରାଶି ବୃଦ୍ଧି ଯୋଗୁଁ ଗୋବିନ୍ଦପୁର ଲୋକେ କମ୍ପାନୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.