ଜଗତସିଂହପୁର: ସହରରେ ଟ୍ରାଫିକ ସମସ୍ୟାକୁ ନେଇ ଭାରିଜାନ ଉପରେ କଟକଣା ଲାଗିଛି । ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ। ପୌର ଅଞ୍ଚଳ ମଧ୍ୟରେ ମାଲ ପରିବହନ କରୁଥିବା ଭାରିଯାନ ସକାଳ 8 ଟା ରୁ ଦିନ11 ଟା ଓ ଅପରାହ୍ନ 3ଟା ରୁ ରାତି 7ଟା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି ।
ମଟର ଯାନ ଆଇନ 1988 ଧାରା 115 ଅନୁଯାୟୀ ଜିଲ୍ଲାପାଳ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସେହିଭଳି ଥାନା ଛକ ଠାରୁ ଟାଉନହଲ ପର୍ଯ୍ୟନ୍ତ ନୋ ପର୍କିଙ୍ଗ ଯୋନ ଘୋଷଣା କରାଯାଇଛି । ଜଗତସିଂହପୁର ସହରରେ ଟ୍ରାଫିକ ସମସ୍ୟା ଦେଖାଯିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସହରକୁ ସଂଯୋଗ କରୁଥିବା କଟକ - ଅଡ଼ଶପୁର ରାସ୍ତା ଆଳିପିଙ୍ଗଳ ଦେବୀନଦୀ ପୋଲ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି ।
ଏହି ପୋଲ ଉପରେ ଟ୍ରକ, ଟ୍ରେଲର, ଟିପର, ଓ 6 ଚକିଆ ଭାରିଯାନ ଯାତାୟାତ ଉପରେ ସମ୍ପୁର୍ଣ ନିଷିଦ୍ଧ କରାଯାଇଛି। ଯଦି କୌଣସି ଗାଡି ଚାଳକ ନିଅମ ଉଲଂଘନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ