ETV Bharat / state

ପାରାଦ୍ୱୀପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଲା ପ୍ରଶାସନ

ବଙ୍ଗୋପସାଗର ସାଗର ସୃଷ୍ଟ ଲଘୁଚାପ କ୍ରମଶଃ ଡିପ ଡିପ୍ରେସନ ହୋଇ ବାତ୍ୟାର ରୂପ ଧାରଣ କରିବ । ଯାହା ଫଳରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହି ବଡ଼ବଡ଼ ଢେଉ ସମୁଦ୍ରରୁ ଆସିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

author img

By

Published : May 20, 2021, 8:55 PM IST

ପାରାଦ୍ୱୀପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଲା ପ୍ରଶାସନ
ପାରାଦ୍ୱୀପରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଲା ପ୍ରଶାସନ

ଜଗତସିଂହପୁର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମତ୍ସଜୀବୀଙ୍କୁ ସତର୍କ କରାଇଛି ରାଜ୍ୟ ମତ୍ସ୍ୟବିଭାଗ । ବିଭାଗ ପକ୍ଷରୁ ସମୁଦ୍ର କୂଳରେ ବସବାସ କରୁଥିବା ମତ୍ସଜୀବୀଙ୍କୁ ଆସନ୍ତା 22 ତାରିଖ ପୂର୍ବରୁ ସମୁଦ୍ର ଗର୍ଭକୁ ମାଛ ମାରିବାକୁ ଯାଇଥିବା ସମସ୍ତ ଧୀବରଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି । ସମୁଦ୍ର କୂଳରେ ଥିବା ସମସ୍ତ ମାଛଧରା ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଡାକବାଜୀ ଯୋଗେ ବିଭାଗ ପ୍ରଚାର କରିଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଡିପ ଡିପ୍ରେସନ ହୋଇ ବାତ୍ୟାର ରୂପ ଧାରଣ କରିବ । ଯାହା ଫଳରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହି ବଡ଼ବଡ଼ ଢେଉ ସମୁଦ୍ରରୁ ଆସିବାର ସମ୍ଭାବନା ରହିଛି । ଫଳରେ ଏହି ସମୟରେ ମାଛ ମାରିବା ପାଇଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ତଟବର୍ତୀ ଅଞ୍ଚଳରେ ବସବାସ କରିଥିବା ପରିବାର 22 ତାରିଖ ପୂର୍ବରୁ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ ନିବେଦନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.