ETV Bharat / state

ଆଇଓସିଏଲରେ ଶ୍ରମିକ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ଧାରଣା

author img

By

Published : Jul 30, 2022, 12:15 PM IST

ପାରାଦୀପ ଆଇଓସିଏଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ କମ୍ପାନୀ ସମ୍ମୁଖରେ ଶ୍ରମିକମାନେ ଧାରଣାରେ ବସିଛନ୍ତି । ଅଧିକ ପଢ଼ନ୍ତୁ

iocl worker demanding compensation of worker death in paradeep
ଆଇଓସିଏଲରେ ଶ୍ରମିକଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ଧାରଣା

ଜଗତସିଂହପୁର: ପାରାଦୀପ ଆଇଓସିଏଲରେ(IOCL) କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଏଭଳି ଏକ ଅଘଟଣ ଘଟିଛି । ଏହାପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବିରେ ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି । ମୃତ ଶ୍ରମିକଙ୍କ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି ହୋଇଛି ।

ଆଇଓସିଏଲରେ ଶ୍ରମିକଙ୍କ ମୃତ୍ୟୁ ଘଟଣା

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଆଇଓସିଏଲ ରିଗରରେ କାମ କରୁଥିବା ଠିକା ଶ୍ରମିକ ବାବାଜୀ ମହାପାତ୍ରଙ୍କ ଉପରେ କୌଣସି ଭାବେ ଏକ ଟ୍ରକ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ ଶ୍ରମିକଙ୍କ ମୃତଦେହ କାରଖାନା ଫାଟକ ସମ୍ମୁଖରେ ରଖି ପରିବାର ଲୋକେ ଏବଂ ଶ୍ରମିକମାନେ ଧାରଣା ଦେଇ କ୍ଷତିପୂରଣ ଦାବି କରିଥିଲେ । ସକାଳ 9ଟା ସୁଦ୍ଧା କୌଣସି କର୍ମଚାରୀଙ୍କୁ କମ୍ପାନୀ ଭିତରକୁ ଛଡାଯାଉନଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.