ETV Bharat / state

ମଝି ସମୁଦ୍ରରେ ଫସି ରହିଥିଲେ ୨୫ ଯାତ୍ରୀ, ସୁରକ୍ଷିତ ଉଦ୍ଧାର କଲା ତଟରକ୍ଷୀ ବାହିନୀ

author img

By ETV Bharat Odisha Team

Published : Oct 26, 2023, 5:34 PM IST

ଗଭୀର ସମୁଦ୍ରରେ ଫସି ରହିଥିବା ଜାହଜକୁ ଉଦ୍ଧାର କରିଛନ୍ତି ତଟରକ୍ଷୀ ବାହିନୀ । ଜାହଜରେ ଥିବା ୨୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

indian coast guard rescued ship
ଯାତ୍ରୀଙ୍କୁ ଉଦ୍ଧାର କଲା ତଟରକ୍ଷୀ ବାହିନୀ
ଯାତ୍ରୀଙ୍କୁ ଉଦ୍ଧାର କଲା ତଟରକ୍ଷୀ ବାହିନୀ

ଜଗତସିଂହପୁର: ଗଭୀର ସମୁଦ୍ରରେ ଜାହଜ ଅଚଳ ହୋଇପଡିଥିବାବେଳେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବାତ୍ୟା 'ହାମୁନ'ର ପ୍ରଭାବରେ ସମୁଦ୍ର ଗର୍ଭରେ ୪୦ ରୁ ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ବର୍ଷା ମଧ୍ୟ ଲାଗି ରହିଥିଲା। ଏହାସହ ଜାହଜଟି ଏଣେତେଣେ ଗତି କରିବାକୁ ଲାଗିଥିବାବେଳେ ଭୟଭୀତ ହୋଇପଡିଥିଲେ ଯାତ୍ରୀ । ପରବର୍ତ୍ତୀ ସମୟରେ ତଟରକ୍ଷୀ ବାହିନୀ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ୨୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ପାରାଦ୍ୱୀପ ଗଭୀର ସମୁଦ୍ରରେ ଏକ ଜାହଜ ଠାବ ହେବାପରେ ଜାହଜକୁ ଉଦ୍ଧାର କରାଯାଇଛି। ସେହି ଜାହାଜରେ ଥିବା ୨୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ତଟରଖି ବାହିନୀ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ଜାହାଜ 'କୌସ୍ତୁଭ' ପାରାଦ୍ୱୀପ ଅଭିମୁଖେ ଆସୁଥିବା ସମୟରେ ଗଭୀର ସମୁଦ୍ରରେ ଜାହାଜ ଇଞ୍ଜିନ କାମ କରିବା ବନ୍ଦ ହୋଇଯାଇଥିଲା। ଯାହାକୁ ନେଇ ପାରାଦ୍ୱୀପ ବନ୍ଦରକୁ ଜାହାଜ କ୍ୟାପଟେନ ଇଞ୍ଜିନ ଅଚଳ ସମ୍ପର୍କରେ ଜଣାଇଥିଲେ। ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ଜାହାଜକୁ ସଚଳ କରିବା ପାଇଁ ଇଞ୍ଜିନିୟରଙ୍କୁ ପଠାଇଥିଲେ।

ହେଲେ ଜାହାଜ ତଳେ ଥିବା ଇଞ୍ଜିନରେ ରଶି ଗୁଡ଼ାଇ ହୋଇ ଯାଇଥିବାରୁ ସମୁଦ୍ର ମଧ୍ୟରେ ଜାହାଜକୁ ସଚଳ କରିବା ସମ୍ଭବ ହୋଇ ପାରିନଥିଲା। ପରେ ଜାହାଜର କର୍ମଚାରୀମାନେ ତଟରକ୍ଷୀ ବାହିନୀର ସହାୟତା ଲୋଡିଥିଲେ। 'INS ଅମୋଘ'କୁ ତଟରକ୍ଷୀ ବାହିନୀ ଘଟଣାସ୍ଥଳକୁ ପଠାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜାହଜ ମଧ୍ୟରୁ ୨୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଜାହଜ 'କୌସ୍ତୁଭ'କୁ ତଟରକ୍ଷୀ ବାହିନୀର ଜାହଜ ରଶି ଯୋଗେ ଟାଣିଟାଣି ପାରାଦ୍ୱୀପ ବନ୍ଦରକୁ ଆଣିଥିଲା। ଆଜି ସକାଳ ୭ଟା ସୁଦ୍ଧା ଜାହଜ ପାରାଦ୍ୱୀପ ବନ୍ଦରରେ ପହଞ୍ଚିଥିବା ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଜଣାପଡ଼ିଛି।

ଏହା ବି ପଢନ୍ତୁ...ଯବାନଙ୍କ ଦଶାହ କାର୍ଯ୍ୟରେ ଅଘଟଣ: ନଦୀରେ ବୁଡ଼ି ଦୁଇ ମୃତ, ଜଣେ ଉଦ୍ଧାର

ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଜାହାଜରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ତଟରକ୍ଷୀ ବାହିନୀକୁ ଧନ୍ୟବାଦ ଦେଇଛନ୍ତି। ସମୁଦ୍ର ମଧ୍ୟରେ ପ୍ରବଳ ବାତ୍ୟା ଓ ବର୍ଷା ଚାଲୁଥିବାବେଳେ ହଠାତ ଜାହଜର ଇଞ୍ଜିନ ବନ୍ଦ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ବିଚଳିତ ହୋଇପଡ଼ିଥିଲେ। ଇଞ୍ଜିନ ବନ୍ଦ ହୋଇଯିବାରୁ ଜାହାଜଟି ଦିଶାହୀନ ହୋଇ ଏଣେତେଣେ ଭାସିବାକୁ ଲାଗିଥିଲା। ବାତ୍ୟା 'ହାମୁନ'ର ପ୍ରଭାବରେ ସମୁଦ୍ର ଗର୍ଭରେ ୪୦ ରୁ ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ବର୍ଷା ମଧ୍ୟ ଲାଗି ରହିଥିଲା। ଏହି ଘଟଣାରେ ତଟରକ୍ଷୀ ବାହିନୀ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ୨୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ ଯାତ୍ରୀମାନେ ତଟରକ୍ଷୀ ବାହିନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.